ରୋଗୀଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ତେଲେଙ୍ଗାପଦା ଗ୍ରାମର ଜଣେ ରୋଗୀଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିବାର ଜଣାପଡିଛି । “ବିପଦର ବନ୍ଧୁ ଗଜପତି ଜିଲ୍ଲା” ଅନୁଷ୍ଠାନ ତରୁଫରୁ ଏହା ବଣ୍ଟନ କରାଯାଇଛି । ତେଲେଙ୍ଗାପଦା ଗ୍ରାମର ପ୍ରଫୁଲ ବାସ୍ତ୍ରା ବହୁ ଦିନ ହେଲା ରୋଗୀ ତଥା ଶଯ୍ୟାଶାୟୀ ହୋଇପଡି ରହିଛନ୍ତି । ସେ ଜଣେ ନିହାତି ଗରୀବ ଶ୍ରେଣୀର ହୋଇଥିବା ଖବରପାଇ ଉକ୍ତ ଗ୍ରାମରେ ଅନୁଷ୍ଠାନର ଅଡବା ଗ୍ରାମର ସଦସ୍ୟ ରବୀନ ସାହୁ, ମଦାରି ଖାଁ, ଜଗନ୍ନାଥ ଦାଶ, ଜିତୁ ଗୌଡ, ଗୌରହରି ପଲାଇ, ସୁନୀଲ ପାଢୀ, ପପୁ ପାତ୍ର ପ୍ରମୁଖ ପହଂଚି ସହାୟତା ପ୍ରଦାନ କରିଛନ୍ତି ।


