ରୋଗୀଙ୍କ ସୁରକ୍ଷା ଓ ସଂକ୍ରମଣ ନିୟନ୍ତ୍ରଣ କର୍ମଶାଳା

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରସ୍ଥ ଅଡିଟୋରିୟମରେ ରୋଗୀ ସୁରକ୍ଷା,ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଂକ୍ରମଣ ନିୟନ୍ତ୍ରଣ ଉପରେ ଏକ ୪ଦିନିଆ କର୍ମଶାଳା ଶୁକ୍ରବାର ଦିନ ଉଦ୍ୟାପିତ ହୋଇଯାଇଛି । ୪ଦିନ ଧରି ଅନୁଷ୍ଠିତ କର୍ମଶାଳାରେ ଡାକ୍ତର,ନର୍ସିଂ ଅଫିସର, ନର୍ସ, ସ୍ୱାସ୍ଥ୍ୟକର୍ମୀ,ସଫେଇ କର୍ମଚାରୀ,ଅଫିସ କର୍ମଚାରୀ,ସିକୁ୍ୟରିଟି ଗାର୍ଡ ଏବଂ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସପିଟାଲର ଅଧିକ୍ଷକ ପ୍ରଫେସର ମହେନ୍ଦ୍ର କୁମାର ନାୟକ ଡାକ୍ତରଖାନାରେ ସଂକ୍ରମଣ ବିସ୍ତାର ରୋକିବା ପାଇଁ କ’ଣ ପଦକ୍ଷେପ ନେବା ଜରୁରୀ, ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ରୋଗୀ ଚିକିସôା ହୋଇ ଭଲ ହୋଇ ଯିବା ପରେ କୌଣସି ସଂକ୍ରମଣରେ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଆଂଚଳିକ କାର୍ଯ୍ୟାଳୟ କେନ୍ଦୁଝରର ସହକାରୀ ପରିବେଶ ବିଜ୍ଞାନୀ ଇପ୍ସି ଗିରି ବର୍ଜ୍ୟବସ୍ତୁ ଏବଂ ବର୍ଜ୍ୟ ଜଳ ପରିଚାଳନା ସଠିକ୍ ପ୍ଲାନ ଅନୁଯାୟୀ କରାଯିବ ଉଚିତ୍ ବୋଲି କହିଥିଲେ । ମେଡିକାଲ ବର୍ଜ୍ୟବସ୍ତୁ ସଠିକ୍ ପରିଚାଳନ ନ କରାଗଲେ ଜରିମାନା ସହ ଜେଲ ଦଣ୍ଡ ବ୍ୟବସ୍ଥା ରହିଥିବା କହିଥିଲେ । ମେଡିକାଲକୁ ସଫାସୁତୁରା ରଖିବା ଏବଂ ସଠିକ ଭାବରେ ବର୍ଜବସ୍ତୁ ପରିଚାଳନା କରିବା ଉପରେ ଗୁରୁତ୍ୱରୋପ କରିବା ସହ ରୋଗୀ ଚିକସôା ବେଳେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ଜରୁରୀ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ବୀଣାପାଣି ବେହେରା ରୋଗୀ ଏବଂ ସମ୍ପର୍କୀୟମାନେ ଡାକ୍ତରଖାନାରେ ରହିବା ସମୟରେ ସଂକ୍ରମଣ ବିସ୍ତାର ରୋକିବା ପାଇଁ ସଚେତନ ହେବା ଦରକାର ବୋଲି କହିଥିଲେ । ଡିଡିଏମ୍ସିଏଚ୍ ର କମୁ୍ୟନିଟି ମେଡିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ମହୁଆ ବିଶ୍ୱାସ,ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଆର୍ଶିବାଦ ବେହେରା ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ । ୪ ଦିନିଆ ତାଲିମ କାର୍ଯ୍ୟକ୍ରମକୁ ହସପ୍ିଟାଲ ମ୍ୟାନେଜର କୀର୍ତ୍ତିମାନ ମହାନ୍ତ ଙ୍କ ପରିଚାଳନାରେ ଆକାଉଣ୍ଟ ଅଫିସର ରାଜେନ୍ଦ୍ର କୁମାର ଜେନା,ହସ୍ପିଟାଲ ମ୍ୟାନେଜର ରାଜା ପ୍ରଧାନ,ସୁନୀଲ ସିଂହ,ନର୍ସିଂ ଅଫିସର ମୁକେଶ ମହାନ୍ତ,ହସ୍ପିଟାଲ ମ୍ୟାନେଜର ଚୈତାଳୀ ମିଶ୍ର,ଅଫିସ ଆସିଷ୍ଟାଣ୍ଟ କ୍ରୀଷ୍ଣାରାଣୀ ସାହୁ ଏବଂ ଡିଡିଏମ୍ସିଏଚ୍ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ