ରୋଗୀମୃତ୍ୟୁ ନେଇ ଘରୋଇ ହସ୍ପିଟାଲ ଭଙ୍ଗାରୁଜା

ଭୁବନେଶ୍ୱର( ଯୁଗାଦ୍ଧ ନ୍ୟୁଜ): ଚିକିତ୍ସା ଅବହେଳାରୁ ରୋଗୀମୃତ୍ୟୁକୁ କେନ୍ଦ୍ରକରି ବୁଧବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ମୃତରୋଗୀଙ୍କ ସମ୍ପର୍କୀୟ ଭଙ୍ଗାରୁଜା କରିଛନ୍ତି । ଭଙ୍ଗାରୁଜା କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରୁଛି । ସୂଚନା ଅନୁସାରେ ଫକୀର ମୋହନ ସାହୁ(୬୫)ଙ୍କ ପରିବାର ଲୋକେ ଗତ ୪ ଦିନ ହେବ ଚିକିତ୍ସା ପାଇଁ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫକୀରଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ବହୁଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ସକାଳେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଜଣାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ଏଥିସହ ବକେୟା ୭୦ ହଜାର ଟଙ୍କା ଦେବାପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ଫଳରେ ପରିବାର ଲୋକେ ସେଠାରେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ । ଭଙ୍ଗାରୁଜାର ଖବର ପାଇ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପିଆର୍ ବଣ୍ଡ ଲେଖି ରଖିବା ପରେ ତାଙ୍କୁ ଛାଡ଼ି ଦେଇଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ