ରୋଗୀସେବା କାର୍ଯ୍ୟକୁ ବୁଲି ଦେଖିଲେ ଦୁଇ ଜଣିଆ କାୟାକଳ୍ପ ଟିମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗୁରୁବାର ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ନରେନ୍ଦ୍ରପୁର ଓ ଗୋବିନ୍ଦପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଦୁଇ ଜଣିଆ କାୟାକଳ୍ପ ଟିମ୍ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମ୍ ରେ ସିଟି ହଷ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ବିଶ୍ୱମ୍ବର ବେହେରା ଓ ଜାତୀୟ ସହରାଂଚଳ ସ୍ୱାସ୍ଥ ମିଶନ୍ ର ତଥ୍ୟ ଅଧିକାରୀ ଦେବାଶିଷ ସାମଲ ରହିଛନ୍ତି । ଦୁହେଁ ଦୁଇଟି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବୁଲି ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ରୋଗୀ ସେବା ସମେତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ବେଳେ ବିପିଏମ ସିମାଂଚଳ ପ୍ରଧାନ ସହ ଯୋଗ କରିଥିଲେ । ମେଡିକାଲ ଅଫିସର ଡାକ୍ତର ସରୋଜ ବନ୍ଧୁ ମହାପାତ୍ର, ଡାକ୍ତର ରାମାନୁଜ ପଟ୍ଟନାୟକ, ଫାର୍ମାଷିଷ୍ଟ ପ୍ରମୋଦ କୁମାର ସାହୁ, ସୁପରଭାଇଜର କ୍ରିଷ୍ଣାଦ୍ନ୍୍ର ଜେନା, ଏଲ.ଟି.ଏମ ମାଧୁରୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ସବିତା ଖୋଟିଆ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରଶ୍ମିତା ରାଣି ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଗିତାଞ୍ଜଳି ଦାଶ, ସ୍ୱାସ୍ଥୟ କର୍ମୀ ସନ୍ତୋଷ କୁମାର ତ୍ରିପାଠି, ଲିପିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।