ରୋଗୀ କଲ୍ୟାଣ ସମିତି ପକ୍ଷରୁ ମାକ୍ସ, ସାବୁନ୍ ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିପେକ୍ଷୀରେ ରବିବାର ବନ୍ତ ବ୍ଲକ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ପକ୍ଷରୁ ବନ୍ତ ସାପ୍ତାହିକ ହାଟରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୀପକ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ହାଟରେ ଥିବା ବ୍ୟବସାୟୀ ଓ ପନିପରିବା କିଣିବାକୁ ଆସିଥିବା ଲୋକ ମାନଙ୍କୁ ମାକ୍ସ ଓ ସାବୁନ୍ ବଣ୍ଟନ କରାଯିବା ସହ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଦାଶ, ବିଜେଡି ବ୍ଲକ ସଭାପତି କମଳାକାନ୍ତ ସାହୁ, ଅଧ୍ୟାପକ ଡଃ.ସୁଧାଂଶୁ ନାୟକ, ପଞ୍ଚାନନ ନାୟକ, ତହସିଲଦାର ଇନ୍ଦିରା ସାହୁ, ଥାନାଧିକାରୀ ମିନା ବିନ୍ଧାଣୀ ଉପସ୍ଥିତ ଥିଲେ ।