ରୋଗୀ କଲ୍ୟାଣ ସମିତି ବୈଠକ

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ଭଞ୍ଜନଗର ସହରର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥଲେ । ଉକ୍ତ ବୈଠକରେ ଏସଡିମିଓ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୈାଡ ସଭାପତିତ୍ୱ କରି ମେଡିକାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ସହ ମେଡିକାଲରେ ଖାଲି ପଡିଥିବା ୧୩ଟି ଖାଲି ଡାକ୍ତର ଓ ନର୍ସ ପଦବୀ ସଂଖ୍ୟା ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁର୍ବରୁ ମେଡିକାଲକୁ ମିଳିଥିବା ବିଭିନ୍ନ ଅନୁଦାନର ଖର୍ଚ୍ଚ ସମ୍ପର୍କରେ ମେଡିକାଲର ପରିଚାଳକ ବିଚିତ୍ରାନନ୍ଦ ପାଣିଗ୍ରାହୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ଦର ବଢାଇବାଲାଗି କ୍ଷତିପୁରଣ ବାବଦକୁ ୧୦ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି । ଏହାସହ ହସ୍ପିଟାଲର ଭିତ୍ତିଭୂମି ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଅରୁଣଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାହୀ ଯନ୍ତ୍ରୀ ରମେଶ ପ୍ରସାଦ ସ୍ୱାଇଁ ୧୧ କୋଟି ୨୫ ଲକ୍ଷ ବ୍ୟୟରେ ହସପିଟାଲ ପରିସରରୁ ଗ୍ରାଉଣ୍ଡ ଫ୍ଲୋରରୁ ୪ ମହଲା ବିଶିଷ୍ଟ ୫୦ ଶଯ୍ୟାର ନୂତନ କୋଠା ନିର୍ମାଣ କରାଯିବ ବୋଲି କହିଛନ୍ତି । ସେହିପରି ଓପିଡିର ୫୦ ଶଯ୍ୟା ପାଇଁ ୨ କୋଟି ୪ଲକ୍ଷ, ୯ଜଣ ଡାକ୍ତରଙ୍କ କଟର୍ସ ପାଇଁ ୨୫ ଲକ୍ଷ , କୀରାଣି କ୍ୱାଟର୍ସ ପାଇଁ ୬୦ ଲକ୍ଷ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାଟର୍ସ ପାଇଁ ୧କୋଟି ୬୫ ଲକ୍ଷ ଟଙ୍କାର ଅନୁମୋଦନ ମିଳିଥିବା ସେ ଦର୍ଶାଇଛନ୍ତି । ଉକ୍ତ ବୈଠକରେ ଏସଡିପିଓ ଏସ.ଏସ ମିଶ୍ର , ବ୍ଲକ ଅଧ୍ୟକ୍ଷ ବିନି ଦଳବେହେର. ବିଡିଓ ଅନୀଲ କୁମାର ସେଠୀ , ତହସିଲଦାର ଦୀନମଣୀ ନାୟକ , ବି.ଇ.ଓ ଏସ ଧନଞ୍ଜୟ , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ , ଏସଡିପିଓ ବିଷ୍ଣୁ ପ୍ରିୟା ସେଠୀ , ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ , ଡାକ୍ତର ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ