ରୋଗୀ କଲ୍ୟାଣ ସମିତି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ନିମନ୍ତ୍ରିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବିଡ଼ିଓ ଦେବଦତ୍ତ ଦାସ, ସରପଞ୍ଚ ବର୍ଷାରାଣୀ ଜେନା, ଏବିଓ ଅକ୍ଷୟ କୁମାର ଜେନା, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବାରିକ, ଡାକ୍ତର ଆଦିତ୍ୟ ସାହୁ, ସୌମ୍ୟରଂଜନ ସାହୁ, ସାମାଜିକ କର୍ମୀ ଦେବେନ୍ଦ୍ର ଦାସ, ହେମନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ମେଡିକାଲ ଠାରେ ପାନୀୟ ଜଳ, ପାଚେରୀ ନବୀକରଣ, ରକ୍ତ ସଂରକ୍ଷଣ ୟୁନିଟ, ଫାଟକ ନବୀକରଣ, ନୂତନ ଆମ୍ବୁଲାନ୍ସ ଯୋଗାଣ , ଡ୍ରେନେଜ ବ୍ୟବସ୍ଥା, ଇଲେକ୍ଟ୍ରି, ସ୍ୱଚ୍ଛତା ଆଦି ଉପରେ ଆଲୋଚନା ହୋଇ ବ୍ୟୟ ବରାଦ ହୋଇଥିଲା । କାର୍ଯ୍ୟକ୍ରମକୁ ପଙ୍କଜ ବେହେରା, ଶୁଭ୍ରା ଗାଙ୍ଗୁଲି, ଲଲାଟ ପାଢ଼ୀ, ଅନୁପମା ଦାସ, ପ୍ରଫୁଲ୍ଲ ଖଟୁଆ, ବାସୁଦେବ ଉପାଧ୍ୟାୟ ପ୍ରମୁଖ ପରିଚାଳନା କରିଥିଲେ ।