ଗୁରୁତର ଆହାତଙ୍କ ପାଇଁ ୨ ଭାଇ ଦେବଦୁତ
ଭଂଜନଗର,(ସନ୍ତୋଷ କୁମାର ଜେନା): ପରିବାରର ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନଥିବା ବେଳେ ବେଲଗୁଣ୍ଠା କଂସାରୀ ସାହିର ୨୫ ବର୍ଷିୟ ଯୁବକ ଅନନ୍ତ ସାହୁ କଟକ ଏସ୍ସିବି ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଏହି ଗୁରୁତର ଆହାତଙ୍କ ସହଯୋଗ କରିବା ନିମନ୍ତେ ସହଯୋଗର ହାତ ବଢାଇଛନ୍ତି ବେଲଗୁଣ୍ଠା ଅଂଚଳର ଗୋଟିଏ ପରିବାରର ଦୁଇ ଭାଇ ସୁଜିତ ସାହୁ ଓ ବଡ ଭାଇ ଅଜିତ ସାହୁ । ସେ ନିଜର କଷ୍ଟୋତ୍ପାର୍ଜିତ ଧନକୁ ଦୁଇ ଭାଇ ମିଶି ଦେଇଥିଲେ କିନ୍ତୁ ଅନନ୍ତଙ୍କ ଚିକିତ୍ସାରେ ଅଧିକ ଟଙ୍କାର ଆବଶ୍ୟକତା ହୋଇପଡିଥିବା ବେଳେ ଦୁଇ ଭାଇ ମିଶି ଗ୍ରାମର ଏକ ଜନସେବା କେନ୍ଦ୍ରରେ ଏକ ବକ୍ସ ନିର୍ମିତ କରି ଗୁରୁତର ଆହାତଙ୍କୁ ଚିକିତ୍ସା ନିମନ୍ତେ ଦାନ କରିବାକୁ ଅନୁରୋଧ କରିଛନ୍ତି । ଏହି ସେବା କେନ୍ଦ୍ରରେ ଏଭଳି ଏକ ବାକ୍ସ ଦେଖି ସହୃଦୟ ବ୍ୟକ୍ତି ମାନେ କିଛି ଟଙ୍କା ସେ ଭିତରେ ଭର୍ତ୍ତିକରିଥିବାର ଦେଖିବାକୁ ମିଳିଛି । ସେ ବାକ୍ସ ଭିତରେ କେତେ ଟଙ୍କା ସଂଗ୍ରହ ହୋଇଛି ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ସଂଚିତ ହୋଇଥିବ ବୋଲି ଅନୁମାନ କରାଯାଉଛି । ଦୁଇ ଭାଇଙ୍କ ଏହି ଭଳି ମହନିୟତାକୁ ଅଂଚଳବାସୀ ବେଶ ପ୍ରଂଶସା କରିବା ସହ ରୋଗୀଙ୍କ ପାଇଁ ଦେବଦୂତ ବୋଲି କିଛି ବ୍ୟକ୍ତି ବାର୍ତ୍ତାଳପ କରୁଥିବାର ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବେଲଗୁଣ୍ଠା ଅଂଚଳର ଅନନ୍ତ ସାହୁ କୈାଣସି କାମରେ ଭଂଜନଗର ଯାଇଥିଲେ । କାମ ସାରି ଘରକୁ ଫେରୁଥିବା ସମୟରେ ନୂଆଁ ଗାଁ ପୋଲ ଉପରେ ସଡକ ଦୁର୍ଘଟଣା ଘଟିଥିଲା ।ଏହା ପରେ ଘଟଣା ସ୍ଥଳରେ ସନ୍ତୋଷ ଗୁରୁତର ହୋଇଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏହା ପରେ ସଂକଟାପନ୍ନ ଅବସ୍ଥାରେ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଦୁଇଭାଇଙ୍କ ଏଭଳି ମହନିୟତା କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ମଧ୍ୟ ବେଶ ପ୍ରଂଶସା କରାଯାଇଛି ।