ରୋଗ ଉପଶମ ପାଇଁ ପିଆଯାଏ ଅସରପା ସରବତ୍
ଅସରପା ନାଁ ଶୁଣିଲେ ଅନେକ ଘୃଣା କରୁଥିବାବେଳେ ଚୀନ୍ରେ ଏହାକୁ ନେଇ ବ୍ୟବସାୟ କରାଯାଏ । ଅସରପାରେ ଥିବା ଅଦ୍ଭୁତ ଔଷଧୀୟ ଗୁଣ ଯୋଗୁ ଚାଇନାରେ ଏହାକୁ ବେଶ୍ ପସନ୍ଦ କରାଯାଏ । ସ୍ଥାନୀୟ ଶିଚାଙ୍ଗ୍ ସହରର ଏକ ଔଷଧ କମ୍ପାନୀ ପ୍ରତିବର୍ଷ ୬ ଶହ କୋଟି ଅସରପା ପାଳନ କରିଥାଏ । ଏଥିପାଇଁ ବିରାଟକାୟ ସ୍ଥାନରେ ଅସରପା ପାଳନ ନିମନ୍ତେ ସମସ୍ତ ବ୍ୟବସ୍ଥା କରିଥାଏ କମ୍ପାନୀ । ସୌରରଶ୍ମିଠାରୁ ଦୂରରେ ରଖି ଏମାନଙ୍କର ବଂଶବିସ୍ତାର କରିଥାଏ । କମ୍ ସମୟରେ ଯେପରି ଅଧିକ ଅସରପା ଚାଷ କରିହେବ ସେନେଇ କମ୍ପାନୀ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଥାଏ । ଅସରପା ବୁଢ଼ା ହୋଇଯିବା ପରେ ସେମାନଙ୍କୁ ମାରି ସରବତ୍ ତିଆରି କରାଯାଏ । ଏହି ସରବତ୍କୁ ଚୀନ୍ର ବୟସ୍କଙ୍କୁ ସେବନ କରିବାକୁ ଦିଆଯାଏ । ଅସରପା ସରବତ୍ ସେବନ ଦ୍ୱାରା ବାନ୍ତି, ପେଟ ଯନ୍ତ୍ରଣା, ଅଲସର୍, ଶ୍ୱାସ ଭଳି ଆହୁରି ଅନେକ ସମସ୍ୟାରୁ ଉପଶମ ମିଳିଥାଏ ।