ରୋଗ ପୋକ ନିରାକରଣ ପାଇଁ ପରାମର୍ଶ ଦେଲେ କୃଷି ଅଧିକାରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକ ଟିଲୋ ପ ଞ୍ଚାୟତର ଟିଲୋ ଓ ଦେବତାଗଢିଆ ଆଦି ଦୁଇଟି ଗ୍ରାମରେ ସି.ଡି.ଏ.ଓ ପ୍ରସାଦ କୁମାର ନାୟକ, କେ.ବି.କେ ରାଣୀତାଲର ମୁଖ୍ୟ ବୈଜ୍ଞାନିକ ଡକ୍ତର ଅରବିନ୍ଦ ଦାସ, ଭଦ୍ରକ ବି.ଏ.ଓ ଦୀଲିପ କୁମାର ଖୁଣ୍ଟିଆ, ବ୍ଲକ ସହକାରୀ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ, ଭି.ଏ.ଡବ୍ଲ୍ୟୁ ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, କେ.ଭି.କେ ମଣ୍ଟୁ ଚୌଧୁରୀ ପ୍ରମୁଖ ପରିଦର୍ଶନରେ ଯାଇ ପ୍ରାୟ ୧୪ ଏକର ଜମିରେ ବୀଜାଣୁ ଜନିତ ପତ୍ର ପୋଡା ରୋଗ ଓ କେତେକାଂଶରେ ପତ୍ର ଆଛାଦ ପୋଡା ରୋଗ ହୋଇଥିବା ଦେଖିବାକୁ ପାଇଥିଲେ । ଉକ୍ତ ରୋଗପୋକ ଦାଉରୁ ଧାନ ଫସଲକୁ ରକ୍ଷା କରିବା ନେଇ ଚାଷୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ପୂର୍ବରୁ ଏହି ଗ୍ରାମର ଚାଷ ଜମିରେ ରୋଗପୋକ ହୋଇଥିବା ନେଇ କୃଷି ବିଭାଗ ଠାରେ ଅଭିଯୋଗ ହୋଇଥିଲା ।