ରୋଗ ପ୍ରତିରୋଧକ ଶକ୍ତି କମାଉଥିବା ଖାଦ୍ୟ

କୋରୋନା ଭାଇରସ ଇତିମଧ୍ୟରେ ସାରା ବିଶ୍ବରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଶିକାର ହୋଇସାରିଲେଣି। ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାରା ବିଶ୍ବରେ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିସାରିଲେଣି। କୋରୋନା ଭାଇରସ ଅଧିକ ବୟସର ଲୋକଙ୍କୁ ଶୀଘ୍ର ନିଜ ଶିକାର କରୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଯେଉଁ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଶୀଘ୍ର କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି। ଏଥିସହିତ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇ ଯେଉଁ ଲୋକମାନଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ମଧ୍ୟ ଜଣାପଡ଼ିଛି। ମଣିଷର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ପାଇଁ ତାଙ୍କ ଡାଏଟ୍‌ ମଧ୍ୟ ଦାୟୀ ହୋଇପାରେ। ଚାଲନ୍ତୁ ଜାଣିବା କେଉଁ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରେ।
ସୋଡ଼ା
ସୋଡ଼ା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବା ପାଇଁ ଦାୟୀ ହୋଇପାରେ। ସୋଡ଼ାରେ ସୁଗାର ମାତ୍ରା ବହୁତ ରହିଛି। ଯାହା ଇନ୍‌ସୁଲିନ୍‌ରେ ସୁଗାର ଲେବଲ୍‌ ବଢ଼ାଇ ଥାଏ।
ରିଫାଇନରୀ ଅଏଲ
ଯଦି ଆପଣ ଖାଦ୍ୟ ତିଆରି କରିବାବେଳେ ବାରମ୍ବାର ଗୋଟିଏ ତେଲକୁ ବ୍ୟବହାର କରୁଛନ୍ତି, ତାହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ଏହି ପ୍ରକାରର ତେଲ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ।
ଫାଷ୍ଟ ଫୁଡ୍‌
ଅଧିକାଂଶ ଫାଷ୍ଟ ଫୁଡ୍‌ ତିଆରି କରିବାବେଳେ ସୁଗାରର ବ୍ୟବହାର ହୋଇଥାଏ। ଏଥିରେ ଫାଇବରର ମାତ୍ରା ବହୁତ କମ୍‌ ମିଳିଥାଏ। ଫାଷ୍ଟଫୁଡ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଧିରେ ଧିରେ ଖରାପ କରିଥାଏ।
କଫିନ୍‌
କେତେକ ଲୋକ କଫି ପିଇବାକୁ ବହୁତ ପସନ୍ଦ କରନ୍ତି। ବହୁତ କମ୍‌ ଲୋକ ଜାଣନ୍ତି କଫିରେ ମିଳୁଥିବା କଫିନ୍‌ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ତେଣୁ କଫି ପିଇବାରେ ନିୟନ୍ତ୍ରଣ ରଖନ୍ତୁ।
କ୍ୟାନ୍‌ ସୁପ୍‌ ଓ ଫ୍ରୁଟ୍‌
ଆଜିକାଲି ବଜାରରେ ସିଲ୍‌ବନ୍ଦ ଫଳ ଓ ସୁପ୍‌ ମିଳୁଛି। ଏହି ପ୍ରକାରର ଖାଦ୍ୟ ଆପଣଙ୍କ ଶରୀରର ପୋଷକତତ୍ତ୍ବ ଦେବା ବଦଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିବା କାମ କରେ। ତେଣୁ ସିଲ୍‌ ବନ୍ଦ ଖାଦ୍ୟଠାରୁ ଦୂରେଇ ରହନ୍ତୁ।
ସିଲ୍‌ବନ୍ଦ ଆଚାର
ଖାଇବାବେଳେ କେତେକ ଲୋକେ ଆଚାର ନେବାକୁ ଭୁଲନ୍ତିନି। କିନ୍ତୁ ବୋଧହୁଏ ଅନେକେ ଜାଣି ନାହାନ୍ତି ଆଚାରରେ ବିଭିନ୍ନ ପ୍ରକାରର ଫ୍ଲେବର୍ସ ବ୍ୟତୀତ ଅଧିକ ମାତ୍ରାରେ ସୋଡିୟମ ମଧ୍ୟ ରହିଛି। ଯାହା ଡିହାଇଡ୍ରେସନ୍‌ ଓ କିଡ୍‌ନୀ ସମସ୍ୟା କରିପାରେ।
ପ୍ରୋସେସଡ୍‌ ମିଟ୍‌
ଏହାବ୍ୟତୀତ ପ୍ରୋସେସ୍‌ଡ ମିଟ୍‌ ମଧ୍ୟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଖରାପ କରିବା ପାଇଁ ଦାୟୀ ହୋଇଥାଏ।
ବାସି ଖାଦ୍ୟ
ବାସି ଖାଦ୍ୟ ମଧ୍ୟ ଆପଣଙ୍କ ଡାଏଟ୍‌ରୁ ଦୂରେଇ ରଖିବା ଉଚିତ। କିଛି ଘଣ୍ଟାର ବାସି ଖାଦ୍ୟ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ।
ପାଣି
ଖାଦ୍ୟ ତିଆରି କରିବା ପାଇଁ ଯେଉଁ ପାଣି ବ୍ୟବହାର କରୁଛନ୍ତି, ଏହା ଉପରେ ମଧ୍ୟ ଧ୍ୟାନ ରଖିବା ଦରକାର। ଖରାପ ପାଣିରେ ରୋଷେଇ ହୋଇଥିବା ଖାଦ୍ୟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ