ରୋଗ ଯନ୍ତ୍ରଣା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅକରୁଆ ଗ୍ରାମର କୃପାସିନ୍ଧୁ ମହାନ୍ତିଙ୍କ ପୁଅ ବାବୁଲା ମହାନ୍ତି (୪୦) ରୋଗ ଯନ୍ତ୍ରଣା ସହି ନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାଯାଇଛିଯେ ବାବୁଲା ବିଭିନ୍ନ ରୋଗରେ ପଡି ବାରମ୍ବାର ଓøଷଧ ଖାଇ ଖାଇ ହତାସ ହୋଇପଡିଥିଲେ । ଆର୍ôଥକ ଅଭାବ ଅନାଟନରେ ପଡି ମାନସିକ ଭାରସାମ୍ୟ ହରାଇ ଆଜି କାଠିଆସରା ଗ୍ରାମ ନିକଟସ୍ଥ କରଡାଗଡିଆର ଏକ ପଣସ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖି ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ । ଆନନ୍ଦପୁର ଥାନା ଏଏସଆଇ ଅଶୋକ କୁମାର ଦାଶ, ଏଏସଆଇ ସୁଶାନ୍ତ କୁମାର ଖୁଣ୍ଟିଆ ପ୍ରମଖ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି ।