ରୋଜ୍ ଟ୍ରାନ୍‌ସଫର୍ମେସନ୍ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିଳାମାନଙ୍କ ଚର୍ମ, ନଖ, କେଶ ଓ ସୌନ୍ଦର୍ଯ୍ୟ, ମାନସିକ ଅବସାଦ ତଥା ଶାରୀରିକ ସୁସ୍ଥତା ପାଇଁ ଡଃ ରୋଜାଲିନ୍ ପରିଡ଼ାଙ୍କ ନିଜସ୍ୱ ଉଦ୍ୟମରେ ଏକ ପ୍ରାକୃତିକ ବିଉଟି ପାର୍ଲର ସ୍ଥାନୀୟ ଶହୀଦନଗରଠାରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଭିନେତା ଆକାଶ ଦାସନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ଶାରୀରିକ ସୁସ୍ଥତା, ମାନସିକ ଅବସାଦ, ପ୍ରାକୃତିକ ଉପାୟରେ ଶରୀର ଓ ତ୍ୱଚାର ଉପଚାର କରାଯାଇ ପାରିବା ସହିତ ପ୍ରମୁଖ ଉକ୍ତ କେନ୍ଦ୍ରଠାରେ ସମସ୍ତ ସୁବିଧା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଉକ୍ତ ପାର୍ଲରଟି ହେଉଛି ଡଃ ରୋଜାଲିନ୍ ପରିଡ଼ାଙ୍କର ଦ୍ୱିତୀୟ ଶାଖା । ପ୍ରାକୃତିକ ଉପାୟରେ ମଣିଷ ସୁସ୍ଥ ରହିବା ସହିତ ଅନେକ ପ୍ରକାର ମାନସିକ ଅବସାଦରୁ ଏହି ଶାଖାଟି କାର୍ଯ୍ୟ କରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଏ ସମ୍ପର୍କରେ ଏକ ପ୍ରେସ୍‌ବିଜ୍ଞପ୍ତି ମାଧ୍ୟମରେ ଉମାକାନ୍ତ ତାଣ୍ଡି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ