ରୋଟାରିଆନ ସଞ୍ଜୀବ ଚୈାଧୁରୀଙ୍କ ପରଲୋକ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ରୋଟାରିଆନ ସଞ୍ଜୀବ ଚୈାଧୁରୀଙ୍କର ୫୭ବର୍ଷ ବୟସରେ ହୃଦ ଘାତରେ ପରଲୋକ ହୋଇଯାଇଛି । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିଲେ । ସ୍ୱର୍ଗତ ଚୈାଧୁରୀ ରୋଟାରୀ କ୍ଲବର ପୂର୍ବତନ ସଭାପତି ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀର କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ବାସଭବନରେ ପହଁଚିବା ପରେ ଖବର ପାଇ ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି,ମୁକ୍ତାର ଖାଁ ,ଜାହିଦ ଖାଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ପହଁଚି ତାଙ୍କର ଶେଷ ଦର୍ଶନ କରିଥିଲେ । କେନ୍ଦ୍ରାପଡା ଦୃଷ୍ଟିହୀନ ବିଦ୍ୟାଳୟ,ମାନସିକ ଭିନ୍ନକ୍ଷମ ଓ ବଧିର ବିଦ୍ୟାଳୟ ସମେତ ଆମ ଗାଁ ସାହିତ୍ୟ ପରିଷଦର କର୍ମକର୍ତ୍ତାମାନେ ସୂର୍ଗତ ଚୈାଧୁରୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କ ନିକଟରେ ପତ୍ନୀଙ୍କ ସମେତ ପୁଅ ସିଦ୍ଧ୍ୟାର୍ଥ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ