ରୋଟାରି କ୍ଲବ ପକ୍ଷରୁ ଡାଇବେଟିସ କ୍ଳିନିକ ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ଚକ୍ଷୁ ଓ ଦନ୍ତ ଚିକିତ୍ସା ପରେ ଏବେ ରୋଟାରି କ୍ଲବ ଅଫ ବାଲେଶ୍ୱର ପକ୍ଷରୁ ଡାଇଭେଟିସ ଚିକିତ୍ସା ଶୁଭାରମ୍ଭ ହୋଇଛି । ରୋଟାରି କ୍ଲବ ସଭାପତି ପ୍ରଦୀପ୍ତ ପଣ୍ଡାଙ୍କ ସଭାପତିତ୍ୱରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ରୋଟାରି ଗଭର୍ଣ୍ଣର ପ୍ରଫେସର ଶାନ୍ତନୁ କୁମାର ପାଣି କ୍ଲିନିକକୁ ଉଦଘାଟନ କରିଥିଲେ । ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସ ଡାଇବେଟିସ ରୋଗ ବିଶେଷଜ୍ଞ ଡାକ୍ତର ଡାକ୍ତ ସୁରଜିତ ମହାପାତ୍ର ଯୋଗ ଦେଇ ସାମ୍ପ୍ରତିକ ସମାଜରେ ବଢ଼ି ଚାଲିଥିବା ଏହି ରୋଗକୁ ନେଇ ଉଦବେଗ ପ୍ରକାଶ କରିଥିଲେ । କୌଣସି ପ୍ରସଙ୍ଗକୁ ନେଇ ଅଧିକ ବିବ୍ରତ ନହେବା, ଦୈନନ୍ଦିନ ଜୀବନରେ ସନ୍ତୁଳିତ ଖାଦ୍ୟ ସାରଣୀ ବଜାୟ ରଖିବା, ପ୍ରତ୍ୟେହ ଯୋଗ ପ୍ରଣାମୟ ଓ ବ୍ୟାୟାମ ଆଦି କରିବା ଏବଂ ସୁଖ ନିଦ୍ରା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ସୁଧାଂଶୁ ଶେଖର ପଣ୍ଡା, କ୍ଲିନିକର ଚେୟାରମ୍ୟାନ ନିକୁଞ୍ଜ ପ୍ରସାଦ ମହାନ୍ତି, କ୍ଲବର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ରୋଟାରିଆନ ସୁବ୍ରତ କର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଶେଷରେ ଚୌଧୁରୀ ସପନ କୁମାର ମହାପାତ୍ର ଶେଷରେ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ୪୦ରୁ ଅଧିକ ରୋଗୀ ଏବଂ ଡାଇବେଟିସ ଡାକ୍ତରଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କ୍ଲବର ପ୍ରତିଷ୍ଠାତା ସଭ୍ୟ ଦିବଂଗତ ମୋତିଲାଲଙ୍କ ସ୍ମୃତିରେ ଏହି କ୍ଲିନିକ ଶୁଭାରମ୍ଭ କରାଯାଇଥିବା ବେଳେ ତାଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗିକୃତ କରାଯାଇଥିଲା । ପ୍ରତ୍ୟେକ ମାସ ପ୍ରଥମ ରବିବାର ସକାଳ ୯ ଠାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରୋଟାରୀ କ୍ଲବ ପରିସରରେ ରୋଗୀ ସେବା କରାଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି ।


