ରୋଟାରୀ କ୍ଲବରେ କର୍ମଶାଳ ଅନୁଷ୍ଠିତ
ଭୁବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରରେ ଅବସ୍ଥିତ ରୋଟାରି ଭବନର ସମ୍ମିଳନୀ କକ୍ଷ ଠାରେ ଏକ ‘ଶିଶୁ ଅଧିକାର ଓ ନିର୍ବାଚିତ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ” ଶୀର୍ଷକ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଖୋର୍ଧା, ପୁରୀ, ନୟାଗଡ, କଟକ ଓ ଜଗତସିଂପୁର ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷ ଏବଂ ସରପଂଚମାନେ ଯୋଗ ଦେଇଥିଲେ । ଏଥିରେ ଭୁବନେଶ୍ୱର ମଧ୍ୟର ବିଧାୟକ ଶ୍ରୀ ଅନନ୍ତ ନାରୟଣ ଜେନା, ପୁରୀ, ନୟାଗଡ, କଟକ ଓ ଜଗତସିଂପୁର ଜିଲ୍ଲାର ଜିଲ୍ଲାପରିଷଦ ସଭାପତି ତଥା ଶ୍ରୀ ଜ୍ୟୋର୍ତିମୟ ଦଳେଇ, ଶ୍ରୀମତୀ ବୈଜନ୍ତିମାଳା ମହାନ୍ତି, ଶ୍ରୀମତୀ ଜ୍ୟୋତିରେଖା ନାୟକ, ଶ୍ରୀମତୀ, ପ୍ରୀୟଦର୍ଶିନୀ ବିଶ୍ୱାଳ, ଖୋର୍ଧା ଜିଲ୍ଲାର ଉପସଭାପତି ଶ୍ରୀମତୀ ସୁମିତ୍ରା ରଉତରାୟ, ୟୁନିସେଫ୍ର କମ୍ୟୁନିକେସନ୍ ଫର୍ ଡେଭ୍ଲପମେଂଟ ଅଫିସର ଶ୍ରୀମତୀ ଲୋପାମୁଦ୍ରା ତ୍ରୀପାଠି, ଚାଇଲ୍ଡ ଫଣ୍ଡ୍ର ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ହିମାଂଶୁ ସିଂ, କଳିଙ୍ଗ କୁସୁମ ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଦିବ୍ୟଚାନ୍ଦ ଶୁକ୍ଳା, ପ୍ରାଟିକାଲ ଆକସନ୍ର ନିର୍ଦ୍ଦେଶକ ଶ୍ରୀ ସଂଜିତ୍ କୁମାର ବେହେରା, ଓଡିଶା ଷ୍ଟେଟ୍ କମିଶନ୍ ଫର୍ ଦ ପ୍ରୋଟେକସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ଶ୍ରୀମତୀ ମନ୍ଦାକିନୀ କର ପ୍ରମୁଖ ଉପସ୍ଥିତ ରହି ଶିଶୁ ଅଧିକାର ଏବଂ ଏହାକୁ ସୁରକ୍ଷିତ କରିବାରେ ନିର୍ବାଚିତ ପ୍ରତିନିଧିମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ୟକ୍ରମକୁ କଳିଙ୍ଗ କୁସୁମ ଫାଉଣ୍ଡେସନ୍ର ଜ୍ୟୋତି ପ୍ରକାଶ ସାହୁ, ରାଜଶ୍ରୀ ସ୍ୱାଇଁ, ଶିଲା ପାତ୍ର ଓ ପ୍ରିୟା ମାଦିଗ୍ ପ୍ରମୁଖ ପରିଚାଳନା କରିଥିଲେ ।