ରୋଟାରୀ କ୍ଲବ ଏକାମ୍ର ତରଫରୁ ରାସ୍ତା ଆଲୋକୀକରଣ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ରୋଟାରୀ କ୍ଲବ ଏକାମ୍ର ତରଫରୁ ଗତ ୧୦ ତାରିଖ ଦିନ ଚୁନକୋଲୀ ଗ୍ରାମ ରାସ୍ତାକୁ ଆଲୋକୀକରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ ସୌମ୍ୟ ମିଶ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ । କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀଆନ ଶୁଭାକାନ୍ତ ସାମନ୍ତସିଂହାର, କ୍ଲବ ଚାଟର ସଭାପତି ରାଜଲକ୍ଷ୍ମୀ ମହାପାତ୍ର ଓ ସଭାପତି ବାଣୀ ସେନଗୁପ୍ତା, କ୍ଲବ ସଦସ୍ୟ ସରୋଜଲକ୍ଷ୍ମୀ ପଟ୍ଟନାୟକ ଏବଂ ନଳିନୀ ନାରାୟଣ, ଡ଼ିଷ୍ଟ୍ରିକ୍ଟ କୋଅର୍ଡ଼ିନେଟର ରୋଟାରୀଆନ ସାକ୍ୟସିଂ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଚୁନକୋଲୀ ଗ୍ରାମର ରାସ୍ତାରେ ଆଲୋକୀକରଣ ସୁବିଧା ନଥିବାରୁ ଗ୍ରାମର ଲୋକମାନେ ଯିବାଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନେକ ସମୟରେ ଏହି ରାସ୍ତାରେ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଥିଲା । ତେଣୁ ଏହିସବୁ ସମସ୍ୟାକୁ ହୃଦୟଙ୍ଗମ କରି କ୍ଲବ ତରଫରୁ ରାସ୍ତାକୁ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା । କ୍ଲବର ଏତାଦୃଶ ପଦକ୍ଷେପ ପାଇଁ ଗ୍ରାମ କମିଟି ତରଫରୁ କ୍ଲବର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ କ୍ଲବ ତରଫରୁ ୧୫ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା ।


