ରୋଟାରୀ କ୍ଲବ ଓ ଇକୋ କ୍ଲବ ତରଫରୁ କେଟିଏନ୍ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଓ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଈକୋ କ୍ଳବର ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପ୍ରଧାନ ଶିକ୍ଷକ ମଧୁମିତା ମହାନ୍ତିଙ୍କ ପୌରହିତ୍ଯରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା।ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଈଷ୍ଟ ର ସଭାପତି ଜୟନ୍ତ କିଶୋର ପାତ୍ର ଓ ସଂପାଦକ ଏସ୍.ଦୁର୍ଗା ରାଓ ,କ୍ଲବର ପ୍ରୋଜେକ୍ଟ ଡାଇରେକ୍ଟର ତଥା ପୂର୍ବତନ ସଭାପତି କାମରାଜୁ ମହାରଣା , ଗଦାଧର ରାଉଳ, ଅସିତ ଦତ୍ତ, ଲିଙ୍ଗରାଜ ନାୟକ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣ କରି ରାଜ୍ଯ ସରକାରଙ୍କ ‘ମା ପାଇଁ ଗଛଟିଏ ‘ ଡାକରାକୁ ସଫଳ କରିବା ପାଇଁ ଆହ୍ବାନ ଦେଇ ଥିଲେ।ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ,ମଞ୍ଚର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।ଆୟୋଜିତ ବୈଠକରେ ଅତିଥିବୃନ୍ଦ ବୃକ୍ଷର ଉପକାରିତା, ବିଶ୍ବର ତାପୟାନ କମାଇବାରେ ବୃକ୍ଷର ଅବଦାନ ତଥା ବୃକ୍ଷ ରୋପଣ ଉପରେ ଗୁରୁତ୍ଵାରୋପ କରି ଉଦ୍ ବୋଧନ ଦେଇ ଥିଲେ।ଏହି ଉତ୍ସବ ଆୟୋଜନ କରିବାରେ ବିଦ୍ୟାଳୟର ଶିକ୍ଷକ ସୁନିଲ୍ କୁମାର ଶତପଥି,ସୁରେଶ କୁମାର ସାହୁ,ସୁଦାମ ଷଣ୍ଢ ଓ ରୁଫିନା ମଲ୍ଲିକ ସକ୍ରିୟ ଅଂଶଗ୍ରହଣ କରି ସଫଳ କରାଇଥିଲେ।ଶିକ୍ଷକ ଓ ଅତିଥିବୃନ୍ଦ ସ୍କୁଲ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ।ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।


