ରୋଟାରୀ କ୍ଲବ ପକ୍ଷରୁ ପ୍ରବନ୍ଧ ପ୍ରତିଯୋଗିତା
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) କେନ୍ଦୁଝର ଜିଲା ଯୋଡା ରୋଟାରୀ କ୍ଲବ ପକ୍ଷରୁ ମହାମାôଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଶୁକ୍ରବାର ବିଭିନ୍ନ ମହାବିଦ୍ୟାଳୟରେ ଗାନ୍ଧିଜୀଙ୍କ ଆଦର୍ଶ ଉପରେ ଆନ୍ତଃ ମହାବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯୋଡା ମହିଳା ମହାବିଦ୍ୟାଳୟ , ବୃହସ୍ପତି ମହାବିଦ୍ୟାଳୟ, ଟି.ଏସ.ଡି ମହାବିଦ୍ୟାଳୟ, ରିମୁଳି ମହାବିଦ୍ୟାଳୟ, ବଡବିଲ୍ ମହାବିଦ୍ୟାଳୟ, ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଚମ୍ପୁଆ ମହିଳା ମହାବିଦ୍ୟାଳୟ ପ୍ରଭୃତି ୭ ଟି ମହାବିଦ୍ୟାଳୟର ପ୍ରତିଯୋଗୀମାନେ ଏହି ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ରୋଟାରୀ କ୍ଲବ ପକ୍ଷରୁ ପୁରଷ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଯୋଡା ରୋଟାରୀ କ୍ଲବ ପକ୍ଷରୁ ଡ. ମାଧବ ଚନ୍ଦ୍ର ମିଶ୍ର, ବିକାଶ ମହାନ୍ତି, ସିଦ୍ଧାର୍ଥ ସାରଥୀ କର, ଜିତେନ୍ଦ୍ର ବୈଦ୍ୟ, ରାଜଶ୍ରୀ ମହାନ୍ତି, ଡ. ସ୍ୱାଗତିକା ବିଶ୍ୱାଳ ପ୍ରମୁଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ଯୋଡା ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ , ପବିତ୍ର ମୋହନ କର, ବୃହସ୍ପତି ମହାବିଦ୍ୟାଳୟ ପକ୍ଷରୁ ଅତଶି ପ୍ରଧାନ, ଗୁରୁକୁଳ ପକ୍ଷରୁ ମାନସ ପାତ୍ର, ରିମୁଳି ମହାବିଦ୍ୟାଳୟ ପକ୍ଷରୁ ସ୍ୱାଗତିକା ବିଶ୍ୱାଳ, ବଡବିଲ୍ ମହାବିଦ୍ୟାଳୟ ପକ୍ଷରୁ ଅଶୋକ କୁମାର ଝା, ସୁଦର୍ଶନ ମହାନ୍ତି, ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପକ୍ଷରୁ ପ୍ରଶାନ୍ତ ଚାନ୍ଦ ତଦାରଖ କରିଥିଲେ । ସମୁଦାୟ ୧୯୧ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଓଡିଆ, ଇଂରାଜୀ ଭାଷାରେ +୨ ଓ +୩ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପୃଥକ ଭାବେ ଏହି ପ୍ରତିଯୋଗୀତା କରାଯାଇଥିଲା । ଗାନ୍ଧୀଜୀଙ୍କ ଆଦର୍ଶ ଚିନ୍ତାଧାରାରେ କିପରି ଛାତ୍ରୀଛାତ୍ରମାନେ ଅନୁପ୍ରାଣିତ ହେବେ ଏହି ପ୍ରତିଯେଗୀତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରୋଟାରୀ କ୍ଲବର ସଭାପତି ସିଦ୍ଧାର୍ଥ ସାରଥୀ କର ପ୍ରକାଶ କରିଥିଲେ ।