ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ପଞ୍ଚୁପାଲି ବ୍ୟତ୍ୟାଶ୍ରୟ ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁପାଲି ସମେତ ଆଖପାଖ ଅଞ୍ଚଳରୁ ୧୭୦ ଜଣ ରୋଗୀ ଏଥିରେ ଡାକ୍ତରଙ୍କ ଦ୍ୱାରା ଆଖି ପରୀକ୍ଷା କରାଇ ପରାମର୍ଶ ଓ ଔଷଧ ନେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କର ମୋତିଆବିନ୍ଦୁ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା । ତନ୍ମଧ୍ୟରୁ ୩୫ଜଣଙ୍କର ଅସ୍ତ୍ରୋପଚାର ରୋଟାରୀ ଚକ୍ଷୁ ଚିକିତ୍ସାଳୟରେ କରାଇବା ପାଇଁ ସ୍ଥିର କରାଯାଇଛି । ପଞ୍ଚୁପାଲିର ଚକ୍ଷୁ ଚିକିତ୍ସା ଶିବିରକୁ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା, ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଅଧ୍ୟକ୍ଷ ଡା. ମାତୃଦତ୍ତ ଦାସ, ଉପାଧ୍ୟକ୍ଷ ସୁଖମୟ ଦାସ, ପଦାରବିନ୍ଦ ମହାପାତ୍ର, ସିପ୍ରାରେଖା ମହାପାତ୍ର, ସ୍ଥାନୀୟ ସରପଞ୍ଚ ଦିଲୀପ ଗିରି, ବିଶ୍ୱନାଥ ପ୍ରଧାନ, ଅଧ୍ୟାପକ ଚିତ୍ତରଞ୍ଜନ ପ୍ରଧାନ, ରାଧାମାଧବ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।


