ରୋଟାରୀ କ୍ଲବ ପକ୍ଷରୁ ସାନିଟାଇଜ ମେସିନ ବଣ୍ଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବିଶ୍ୱ ରେ କରୋନା ଦ୍ରୁତ ଗତି ରେ ନିଜର କାୟା ବିସ୍ତାର କରିଥିବା ବେଳେ ଭଞ୍ଜନଗର ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି l କରୋନା ଠାରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ପ୍ରକାର ଔଷଧ ବାହାରି ନଥିବା ବେଳେ କେବଳ ସଚେତନତାହିଁ ଏକ ମାତ୍ର ମାଧ୍ୟମ ଅଟେ l ସମସ୍ତ ଅଫିସ, ଦୋକାନ, ବଜାର ଇତ୍ୟାଦି ସ୍ଥାନ ଗୁଡିକ ରେ ସମସ୍ତ ଲୋକ ହାତ ରେ ସ୍ପର୍ଶ କରି ସାନିଟାଇଜର ବୋତଲ ବ୍ୟବହାର କରିବା ଦ୍ୱାରା ମଧ୍ୟ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି l ତେଣୁ ଏହାକୁ ଆଖି ଆଗରେ ରଖି ଭଞ୍ଜନଗର ସହର ରେ ରୋଟାରୀ କ୍ଲବ ତରଫରୁ ୮ଟି ହ୍ୟାଣ୍ଡ ଫ୍ରି ସାନିଟାଇଜ ମେସିନ ବାହାରୁ ଆଣି ଭଞ୍ଜନଗର ଏନ. ଏ.ସି ଅଫିସ,ପୋଲିସ ଷ୍ଟେସନ, ଉପଜିଲ୍ଲାପାଳଙ୍କ କାଯ୍ୟାଳୟ, ଉପଖଣ୍ଡ ମେଡିକାଲ, ତହସିଲଦାର ଅଫିସ, ଭଞ୍ଜନଗର ବ୍ଲକ ଅଫିସ, ବେଲଗୁଣ୍ଠା ବ୍ଳକ ଅଫିସ ଓ ମେଡିକାଲ କୁ ପ୍ରଦାନ କରାଯାଇଛି। ଏହି ମଶିନର ବିଶେଷତ୍ୱ ହେଉଛି ଜଣେ ବ୍ୟକ୍ତି ବିନା ହାତ ଦେଇ ଗୋଡ଼ରେ ମେସିନ କୁ ପୁସ୍ କରିବା ଦ୍ୱାରା ଏହା ଅଟୋମେଟିକ ହାତକୁ ସାନିଟାଇଜ କରିବ। ଯାହାଫଳରେ କରୋନା ସଂକ୍ରମଣ ରୋକାଯାଇପାରିବ l ରୋଟାରୀ କ୍ଲବ ର ଏହି ପ୍ରକାର ଅଭିନବ କାର୍ଯ୍ୟକ୍ରମ କୁ ସମଗ୍ର ଭଞ୍ଜନଗର ଅଞ୍ଚଳ ରେ ପ୍ରଶଂସା କରଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ