ରୋଟାରୀ କ୍ଲବ ଭୁବନେଶ୍ୱରର ୧୬ତମ ଅଧିଷ୍ଠାନ ଦିବସ ପାଳିତ
ଭୁବନେଶ୍ୱର : ରୋଟାରୀ କ୍ଲବ ଭୁବନେଶ୍ୱରର ୧୬ତମ ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଛି । କ୍ଲବର ପୂର୍ବତନ ସଭାପତି ଶୁଭକାନ୍ତ ସାମନ୍ତସିଂହାର ଓ ସମ୍ପାଦକ ଶିଶିର ମହାପାତ୍ର ତାଙ୍କର ଦାୟିତ୍ୱ ଏ ବର୍ଷର ସଭାପତି ପ୍ରଭାତ ମହାନ୍ତି ଓ ଶାକ୍ୟସିଂ ଷଡ଼ଙ୍ଗୀକୁ ହସ୍ତାନ୍ତର କରିଥିଲେ । ମୁଖ୍ୟ ଅତିଥି ରୂପେ ଡ଼ିଜିଏନ୍ ରୋଟାରିଆନ ଶାନ୍ତନୁ ପାଣି ଯୋଗଦେଇ ରୋଟାରିଆନ ମାନଙ୍କ ସମାଜ ପ୍ରତି କର୍ତ୍ତବ୍ୟ ବିଷୟରେ ଅବଗତ କରିଥିଲେ । ଉତ୍ସବରେ ଡ଼ିଜି ଦେବାଶିଷ ମିଶ୍ର, ପିଡ଼ିଜି ଶିବବ୍ରତ ଦାସ, ପିଡ଼ିଜି ଭବାନୀ ପ୍ରସାଦ ଚୌଧୁରୀ, ପିଡ଼ିଜି ଏ.ବି. ମହାପାତ୍ର, ଓ ଡିଜିଇ ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କ୍ଲବ ତରଫରୁ ଶୁଭକାନ୍ତ ପାଢୀ, ରଞ୍ଜିତ ସାମନ୍ତରାୟ, ବି.କେ. ପାଟ୍ଟଯୋଶୀ ଓ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ସଭା ପରି•ଳନା କରିଥିଲେ ।


