ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ପକ୍ଷରୁ ନୂତନ ପାଠାଗାର ଉନ୍ମୋଚନ

ଭୁବନେଶ୍ୱର : ଶିକ୍ଷା ହେଉଛି ପ୍ରତ୍ୟେକଙ୍କର ମୌଳିକ ଅଧିକାର । ଶିକ୍ଷା ବିନା ଜଣେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଅସମ୍ଭବ । ଆଜି ବି ଆମ ରାଜ୍ୟରେ ବହୁ ପିଲା ଶିକ୍ଷା ଠାରୁ ବହୁ ଦୂରରେ । ରାଜଧାନୀ ଭୁବନେଶ୍ୱରରେ ବିଶେଷ କରି ବସ୍ତି ଅଞ୍ଚଳରେ ବସବାସ କରୁଥିବା ବହୁ ପିଲା ପାଠ ପଢାରୁ ଏବେ ବି ବଞ୍ôଚତ । ତେଣୁ ସବୁ ପିଲା କିପରି ଶିକ୍ଷା ଗ୍ରହଣ କରି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ, ଏହି ପ୍ରୟାସକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ତରଫରୁ ଆଜି ଭୁବନେଶ୍ୱରସ୍ଥିତ ସହିଦ ନଗର ସରକାରୀ ପ୍ରାଇମେରୀ ସ୍କୁଲ ପ୍ରାଙ୍ଗଣରେ ଏକ ନୂତନ ପାଠାଗାର ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ କ୍ଲବ ତରଫରୁ ସ୍କୁଲ୍କୁ ୫୦୦ ଇଂରାଜୀ ଏବଂ ଓଡ଼ିଆ ବହି ପ୍ରଦାନ କରିବା ସହିତ ବହି ରଖିବା ପାଇଁ ସେଲ୍ଫ ଓ ଛାତ୍ରଛାତ୍ରୀ ବସିି ପଢିବା ପାଇଁ ଚେୟାର ଓ ବେଞ୍ଚର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ ଡ଼ିଷ୍ଟ୍ରିକ୍ଟ ୩୨୬୨ର ଗଭର୍ଣ୍ଣର ରୋଟାରୀୟାନ ଭବାନୀ ପ୍ରସାଦ ଚୌଧୁରୀ ଓ ପୂର୍ବତନ ଗଭର୍ଣ୍ଣର ଶବିବ୍ରତ ଦାସ, ଡ଼ିଜିଏନ୍ଡ଼ି ଶାନ୍ତନୁ ପାଣି ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ନୂତନ ପାଠାଗାରକୁ ଉନ୍ମୋଚନ କରିଥିଲେ । ସ୍ଥାନୀୟ କର୍ପୋରେଟର ଶାଶ୍ୱତୀ ମିଶ୍ର, ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ରାୟ, ରୋଟାରୀ ଉପଗଭର୍ଣ୍ଣର ସୁଶାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କ୍ଲବର ସଭାପତି ଶୁଭକାନ୍ତ ସାମନ୍ତସିଂହାର ଆଗାମୀ ଦିନରେ ପାଠାଗାରର ଉନ୍ନତି ତଥା ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଯେଉଁସବୁ ଆବ୍ୟକତା ଦରକାର ପଡ଼ିବ, ତାକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କ୍ଲବର ସଦସ୍ୟ ପ୍ରଭାତ ମହାନ୍ତି, ଶୁଭକାନ୍ତ ପାଢୀ, ସାକ୍ୟସିଂ ଷଡ଼ଙ୍ଗୀ, ଆଦିତ୍ୟ ମହାନ୍ତି, ଶାନ୍ତନୁ ମାନସିଂ, ବି.କେ. ପାଟ୍ଟଯୋଶୀ, ସୁଧାକର ପତ୍ରୀ ଓ ଦୁର୍ଯ୍ୟୋଧନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ