ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ପରିବେଶକୁ ଆମେ ସୁରକ୍ଷା ଦେଲେ ପରିବେଶ ଆମକୁ ସୁରକ୍ଷା ଦେବ । କିନ୍ତୁ ମନୁଷ୍ୟ ଦ୍ୱାରା ବୃକ୍ଷ ଛେଦନ ଫଳରେ ଜଙ୍ଗଲ ଆଜି ଧ୍ୱଂସାଭିମୁଖୀ ହେବାରେ ଲାଗିଛି । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ସୃଷ୍ଟି ହେଉଛି ପରିବେଶ ପ୍ରଦୂଷଣ । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀରେ ତାପମାତ୍ରା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସଚେତନତା ସୃଷ୍ଟି କରିବା ପାଇଁ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ଓ ଓଡ଼ିଶା ଫରେଷ୍ଟ ଡ଼େଭଲପମେଣ୍ଟ କର୍ପେରେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ହସ୍ପିଟାଲ ଛକଠାରୁ ଜାଭିୟର ଛକ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫରେଷ୍ଟ କର୍ପୋରେସନର ଡ଼ିଭିଜନାଲ ମ୍ୟାନେଜର ତରୁଣ କୁମାର ସାହୁ ଯୋଗଦେଇ ବୃକ୍ଷ ହେଉଛି ମଣିଷର ପ୍ରକୃତ ବନ୍ଧୁ । ବୃକ୍ଷ ଦ୍ୱାରା ମଣିଷ ବହୁତ ଉପକୃତ ହୋଇଥାଏ । କିନ୍ତୁ ଆଜିର ସମାଜରେ ଯେଉଁଭଳି ଭାବରେ ଅବାଧରେ ଗଛ କାଟା •ଲିଛି ତାହା ସମାଜ ତଥା ପରିବେଶ ଉପରେ କୁପ୍ରଭାବ ପଡ଼ୁଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ପ୍ରଭାତ କୁମାର ମହାନ୍ତି, ସମ୍ପାଦକ ସାକ୍ୟସିଂ ଷଡ଼ଙ୍ଗୀ, ପୂର୍ବତନ ସଭାପତି ଶୁଭକାନ୍ତ ସାମନ୍ତରସିଂହାର, ଅଜିତ ପାଢୀ, ବି.କେ. ପାଟ୍ଟଯୋଶୀ, ଶୁଭକାନ୍ତ ପାଢୀ, ସୁଧାକର ପତ୍ରି, ଗୀତାଞ୍ଜଳି ମହାନ୍ତି, ଆଦିତ୍ୟ ବଲ୍ଲଭ ମହାନ୍ତି ଏବଂ ଦିଲ୍ଲୀପ ମହାନ୍ତି ପ୍ରମୁଖ ଯୋଗଦେଇ ବଉଳ, ବର, ଓସ୍ତ ସମେତ ବିଭିନ୍ନ କିସମର ଫୁଲ•ରା ରୋପଣ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ ପଥ•ରୀମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଶେଷରେ କ୍ଲବ ତରଫରୁ ଆଗକୁ ଆହୁରି ଅନେକ •ରା ରୋପଣ କରାଯିବ ବୋଲି ସଭ୍ୟ ଦୁର୍ଯ୍ୟୋଧନ ପଣ୍ଡା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ