ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲକୁ ପ୍ଲାଟିନମ କ୍ଲବର ମାନ୍ୟତା ପ୍ରଦାନ

ଭୁବନେଶ୍ୱର : ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସାନଲ କନ୍ଭେନ୍ସନ ହଲ୍ରେ ଡ଼ିଷ୍ଟ୍ରିକ୍ଟ ୩୨୬୨ର ୨୦୧୮-୧୯ ବର୍ଷର ସମ୍ମାନ ଉତ୍ସବ ଅଭିନନ୍ଦନ ଅନୁଷ୍ଠିତ ହୋଇଯାଇଅଛି । ଅବସରରେ ଡ଼ିଷ୍ଟ୍ରିକ୍ଟ ୩୨୬୨ ତରଫରୁ ୨୦୧୮-୧୯ ବର୍ଷ ପାଇଁ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲକୁ ପ୍ଲାଟିନମ କ୍ଲବର ମାନ୍ୟତା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଆଇପିଡ଼ିଜି ରୋଟାରୀୟାନ ଭବାନୀ ପ୍ରସାଦ ଚୌଧୁରୀ ଜିଲ୍ଲାର ବିଭିନ୍ନ କ୍ଲବମାନଙ୍କୁ ସମ୍ମାନିତ କରିଥିଲେ । ଏଥିସହିତ ଡ଼ିଜି ରୋଟାରୀୟାନ ଦେବାଶିଷ ମିଶ୍ର, ଡ଼ିଜିଇ ରୋଟାରିୟାନ ସୌମ୍ୟ ମିଶ୍ର, ଡ଼ିଜିଏନ୍ ରୋଟାରୀୟାନ ଶାନ୍ତନୁ ପାଣି, ପିଡ଼ିଜି ରୋଟାରୀୟାନ ଶିବବ୍ରତ ଦାସ, ପିଡ଼ିଜି ରୋଟାରୀୟାନ ରବି ନନ୍ଦ, ପିଡ଼ିଜି ରୋଟାରୀୟାନ ନାରାୟଣ ମିଶ୍ର, ପିଡ଼ିଜି ରୋଟାରୀୟାନ ଦିଲ୍ଳୀପ ପଟ୍ଟନାୟକ, ଆୱାର୍ଡ଼ କମିଟି ଚେୟାରମ୍ୟାନ ଗିରିଜା ପାଣି ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କ୍ଲବକୁ ସମ୍ମାନିତ କରାଯାଇଥିଲା । ଏଥି ମଧ୍ୟରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲର ସଭାପତିଙ୍କୁ ପ୍ଲାଟିନମ୍ ପ୍ରେସିଡ଼େଣ୍ଟ ଓ ସେକ୍ରେଟାରୀଙ୍କୁ ପ୍ଲାଟିନମ ସ୍ରେକଟାରୀ ସହିତ ବିଭିନ୍ନ କାର୍ଯ୍ୟ ପାଇଁ କ୍ଲବର ୨୫ଟି ବିଭାଗର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କ୍ଲବର କର୍ମକର୍ତ୍ତା ଶୁଭକାନ୍ତ ସାମନ୍ତସିଂହାର, ଶିଶିର ମହାପାତ୍ର, ସାକ୍ୟସିଂ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ଦାସ, ଅଜିତ ପାଢୀ, ଭି.କେ. ପାଟ୍ଟଯୋଶୀ, ରମେଶ ସାହୁ, ରଣଜିତ୍ ସାମନ୍ତରାୟ, ରୂପକ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ପ୍ରଭାତ ମହାନ୍ତି ଏବଂ ସୁଧାକର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ