ରୋଟାରୀ କ୍ଲବ ଶାଶ୍ୱତର ପ୍ରାକ୍ତନ ସଭାପତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ରୋଟାରୀ କ୍ଲବ ଶାଶ୍ୱତ ପକ୍ଷରୁ ଅନୁଷ୍ଠାନର ପ୍ରାକ୍ତନ ସଭାପତି ଦିବଂଗତ ପ୍ରଫେସର ଜଗନ୍ନାଥ ପ୍ରସାଦ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କ୍ଲବର ସଭାପତି ଡ. କୁମାର ଗୋପାଲଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ଳକ୍ଷ୍ମୀନାରାୟଣ ମହାନ୍ତି, ଇଂ ହୃଷୀକେଶ ସାହୁ, ଦୁକୁଲୁ ଘଡ଼େଇ, ସୁବ୍ରତ ରଣା, ଶଶାଙ୍କ ଶେଖର ଦେ, ସୁଗୋତ କୁମା ବୋଷ, ଦେବାଶିଷ ଚାଟାର୍ଜୀ, ବିଜୟ କୁମାର ଦାସ, ସଞ୍ଜୟ ମହାନ୍ତି, ନଟବର ପ୍ରଧାନ, ପ୍ରବୋଧ ଶତପଥୀ ପ୍ରମୁଖ ରୋଟାରିଆନମାନେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଓ ବହୁବିଧ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଉଚ୍ଚଶିକ୍ଷିତ, ସମାଜସେବୀ, ମେଳାପୀ, ଦରଦୀ ତଥା ଆତ୍ମିୟତାପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବେ ସ୍ୱର୍ଗତ ଦାସ ସମସ୍ତଙ୍କର ପ୍ରିୟ ଥିଲେ ବୋଲି ଉପସ୍ଥିତ ବକ୍ତାମାନେ ମତ ଦେଥିିଲେ । ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମାପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।