ରୋଟାରୀ କ୍ଲବ ସେଣ୍ଟ୍ରାଲ ପକ୍ଷରୁ ମଧୁମେହ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ରୋଟାରୀ କ୍ଲବ ସେଣ୍ଟ୍ରାଲ ପକ୍ଷରୁ ସହରର ଗୁଡ଼ିପଦା ହନୁମାନ ମନ୍ଦିର ନିକଟ ଗୋଷ୍ଠୀକେନ୍ଦ୍ରରେ ଏକ ମାଗଣା ମଧୁମେହ ପରୀକ୍ଷା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି ଏହି ଶିବିରକୁ ଉଦଘାଟନ କରିବା ସହିତ କ୍ଲବର କର୍ମକର୍ତ୍ତା ଓ ସଦସ୍ୟଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବାଲେଶ୍ୱର ସହରର ବସ୍ତି ଅଞ୍ଚଳ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଁ ବାଲେଶ୍ୱର ରୋଟାରୀ କ୍ଲବ ସେଣ୍ଟ୍ରାଲର ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ସେ କହିଥିଲେ । ବାଲେଶ୍ୱର ରୋଟାରୀ କ୍ଲବ ସେଣ୍ଟ୍ରାଲର ସଭାପତି ନିରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ମଧ୍ୟ କ୍ଲବ ପକ୍ଷରୁ ଏହି ଭଳି ସମାଜ ସେବା ମୂଳକ କାର୍ଯ୍ୟଧାରା ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସମ୍ପାଦକ ଦେବାଶିଷ ମିଶ୍ର, ପୂର୍ବତନ ସଭାପତି ଲକ୍ଷ୍ମୀକାନ୍ତ ସ୍ୱାଇଁ ଓ ସ୍ୱୟଂ କୁମାର ମିଶ୍ରଙ୍କ ସମେତ ଗୌରହରି ମଲ୍ଲିକ, ବିଶ୍ୱଜିତ ପ୍ରଧାନ, ସପନ ବେହେରା, ଜୟନ୍ତ ରଣା, ଅବିନାଶ ପାଣିଗ୍ରାହୀ, ପ୍ରଦୀପ୍ତ ସେନାପତି ପ୍ରମୁଖ ଏହି ଶିବର ପରିଚାଳନା କରିଥିଲେ ।