ରୋଟାରୀ କ୍ଳବ୍ ତରଫରୁ ଜଳଛତ୍ର 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଭିନ୍ନ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଜନସାଧାରଣ ତଥା ପଥଚାରୀ ଜଳକଷ୍ଟ ମଧ୍ୟ ଭୋଗୁଥିବା ଲକ୍ଷ୍ୟ କରାଯାଇଛି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଭଞ୍ଜନଗର ରୋଟାରୀ କ୍ଲବ ଜନସାଧାରଣଙ୍କ ପ୍ରିୟଭାଜନ ହୋଇଥିବା ବେଳେ ଲୋକଙ୍କ ଜଳକଷ୍ଟ କୁ ପ୍ରଶମିତ କରିବା ପାଇଁ ଆଜି କ୍ଳବ୍ ତରଫରୁ ବେଲଗୁଣ୍ଠା- ବାଲିପଦର ମୁଖ୍ୟ ରାସ୍ତାରେ ଏକ ଜଳଛତ୍ର ଖୋଲାଯାଇଛି । ପ୍ରଥମ ଦିନ ତଥା ଶୁଭାରମ୍ଭ ରେ ଲୋକଙ୍କୁ ଦହିପଣା ବଣ୍ଟା ଯାଇଥିଲା । ଆଜି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରୋଟାରିଆନ୍ ଭି.ଦେବୀ ପ୍ରସାଦ ପାତ୍ର, ରୋଟାରିଆନ୍ ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ରୋଟାରିଆନ୍ ପ୍ରଶାନ୍ତ କୁମାର ନାୟକ,ରୋଟାରିଆନ୍ ପ୍ରଶାନ୍ତ କୁମାର ସାହୁ,ରୋଟାରିଆନ୍ ସନ୍ନତ ସୁବୁଦ୍ଧି, ରୋଟାରିଆନ୍ ସନ୍ତୋଷ କୁମାର ଜେନା, ରୋଟାରିଆନ୍ ପବିତ୍ର ପ୍ରଧାନ ଓ ରୋଟାରିଆନ୍ ବୁଢ଼ା ପୃଷ୍ଟି, ରୋଟାରିଆନ୍ ରବୀନ୍ଦ୍ରନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ