ରୋଟାରୀ ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କୁ ୨୦୨୨ ବର୍ଷର ଗୁରୁପ୍ରଣାମ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଦୀର୍ଘ ୨୨ବର୍ଷ ଧରି ପ୍ରଦାନ କରାଯାଉଥିବା ଗୁରୁପ୍ରଣାମ ସମ୍ମାନ, ୨୦୨୨ ବର୍ଷ ପାଇଁ ବିଶିଷ୍ଟ ଶିକ୍ଷା ସଂଗଠକ ତଥା ଶିକ୍ଷାବିତ୍ ରୋଟାରିଆନ ଶାନ୍ତନୁ କୁମାର ପାଣି, ବିଶିଷ୍ଟ ପାଲାଚାର୍ଯ୍ୟ, ଯୁବ ଗାୟକ ନୃସିଂହ ଚରଣ ହୋତା ଓ କବୟତ୍ରୀ ଶ୍ରୀମତୀ ନମିତା କୁମାରୀ ପଣ୍ଡାଙ୍କୁ ଶିକ୍ଷା, ସାହିତ୍ୟ, ଭାଷା ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨୨ ବର୍ଷ ପାଇଁ ଏହି ନାମଗୁଡ଼ିକ ସୁପାରିଶ କରିଥିଲେ । ଏହି କମିଟିରେ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥି, ଡ଼ଃ ବୁଦ୍ଧଦେବ ମିଶ୍ର, ଡଃ ସୌରେନ୍ଦ୍ର ମହାପାତ୍ର ଓ ସୀତାବଲ୍ଲଭ ମହାପାତ୍ର ସଦସ୍ୟ ଥିଲେ । ଆସନ୍ତା ୨୦୨୨ ଜାନୁୟାରୀ ୬ ତାରିଖ ବୁଦ୍ଧମନ୍ଦିରଠାରେ ଗୁରୁପ୍ରଣାମ ମହୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଡଃ ଜ୍ଞାନେନ୍ଦ୍ରଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ