ରୋଟାରୀ ଦନ୍ତ ଚିକିତ୍ସାଳୟ ଉଦଘାଟିତ

ବାଲେଶ୍ୱର,(ସରୋଜ ପଣ୍ଡା):ବାଲେଶ୍ୱର ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସାଳୟର ୬ଷ୍ଠ ବାର୍ଷିକ ପ୍ରତିଷ୍ଠା ଦିବସ ଓ ରୋଟାରୀ ଦନ୍ତ ଚିକିତ୍ସାଳୟ ଉଦଘାଟନ ଉତ୍ସବ ସ୍ଥାନୀୟ ରୋଟାରୀ ଭବନ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ରୋଟାରୀ ଜିଲା ଗଭର୍ଣ୍ଣର ପ୍ରଫେସର ଶାନ୍ତନୁ ପାଣି ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଅନ୍ୟାନ୍ୟ ସାମାଜକଲ୍ୟାଣ କାର୍ଯ୍ୟଧାରା ସାଙ୍ଗକୁ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ବାଲେଶ୍ୱର ରୋଟାରୀ କ୍ଲବର ସଫଳତା ପ୍ରଶଂସନୀୟ ଥିଲା ବୋଲି ସେମାନେ କହିଥିଲେ ।ଏବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦନ୍ତ ଚିକିତ୍ସାଳୟ ପ୍ରତିଷ୍ଠା କ୍ଲବର ମହାନତାକୁ ବେଶ ପ୍ରତିପାଦିତ କରିପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ରୋଟାରୀ କ୍ଲବ ସଭାପତି ଡ. ରାଜଲକ୍ଷ୍ମୀ ଯତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ‘ରୋଟାରୀ ସମାଜକଲ୍ୟାଣ ଟ୍ରଷ୍ଟ’ର ଚେୟାରମ୍ୟାନ ମାତୃଦତ୍ତ ଦାସ, ସମ୍ପାଦକ ପଦାରବିନ୍ଦ ମହାପାତ୍ର, ବରିଷ୍ଠ ରୋଟାରିଆନ ସୁବ୍ରତ କର, ଉଦୟ ରଂଜନ ଦାସ, ଦେବେନ୍ଦ୍ର ଧଳ ପ୍ରମୁଖ ମଞ୍ଚାସୀନ ହୋଇ ଚକ୍ଷୁ ଚିକିତ୍ସାଳୟ ସହ ଦନ୍ତ ଚିକିତ୍ସାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ରୋଟାରୀ କ୍ଲବର ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡା ରୋଟାରୀ କ୍ଲବର ଆଗାମୀ କାର୍ଯ୍ୟଧାରା ଓ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଭି ଉଦୟ କୁମାର ଏଥିରେ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ସୁଖମୟ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ