*ରୋଟାରୀ ପକ୍ଷରୁ ପୋଲିଓ ସଚେତନତା ଶୋଭାଯାତ୍ରା*

ଛତ୍ରପୁର, (ଦେବଦତ୍ତ ମହାରଣା) : ୨୪ ଅକ୍ଟୋବର ଦିନ “ବିଶ୍ୱ ପୋଲିଓ ଦିବସ” ଉପଲକ୍ଷେ ରୋଟାରୀ ଆନ୍ତର୍ଜାତିକ ପକ୍ଷରୁ ସାରା ବିଶ୍ୱରେ ପୋଲିଓ ଭୟାବହତା ସଂପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅପରାହ୍ନ ସାଢେ ୪ଟା ସମୟରେ ପବ୍ଳିକ ସ୍କୁଲ ନିକଟରୁ ବାହାରିଥିଲା । ରୋଟାରୀ କ୍ଲବ ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ନେତୃତୀୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡ଼େମୀର ଛାତ୍ରଛାତ୍ରୀ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ରୋଟାରୀ କ୍ଲବର ସମସ୍ତ ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ