ରୋଟାରୀ ପକ୍ଷରୁ ସାନିଟାଇଜର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):କରୋନା ମୁକାବିଲା କାର୍ଯ୍ୟକ୍ରମ ଜିଲ୍ଲାରେ ସଫଳ ହେବା ପରେ ସମସ୍ତ କାର୍ଯ୍ୟାଳୟ କର୍ମମୁଖର ହୋଇ ଯାଇଛି। ବିଭିନ୍ନ କାମ ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଜିଲ୍ଲା ସଦରମହକୁମା ଛତ୍ରପୁର କୁ ଆସୁଛନ୍ତି। ଏହି କାରଣରୁ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି କୋଭିଡ ଯୋଦ୍ଧାମାନଙ୍କ ସୁରକ୍ଷା ପାଇଁ ରୋଟାରୀ କ୍ଲବ ପକ୍ଷରୁ ଊଦ୍ୟମ ଆରମ୍ଭ ହୋଇଛି। ଶନିବାର ଦିନ ଛତ୍ରପୁର ସ୍ଥିତ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଏକ ପାଦ ଦ୍ୱାରା ପରିଚାଳିତ ସାନିଟାଇଜର ମେସିନ ପ୍ରଦାନ କରାଯାଇଛି। ସୋମବାର ଦିନ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଏନ ଏ ସି କାର୍ଯ୍ୟାଳୟକୁ ସାନିଟାଇଜର ମେସିନ ହସ୍ତାନ୍ତର କରିଥିଲେ। ଛତ୍ରପୁର ରୋଟାରୀ କ୍ଳବ ସଭାନେତ୍ରୀ ଏସ. ରେଖା ମହାନ୍ତି, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡୀ, ପ୍ରଫୁଲ୍ଲ ପଟନାୟକ, ସୁରଜିତ ସାମନ୍ତରାୟ, ପ୍ରସନ୍ନ ପତି ପ୍ରମୁଖ ଗଞ୍ଜାମ ଏସପି ବ୍ରିଜେଶ ରାଏ, ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ ଗଣେଶ ବାବୁଙ୍କୁ ଏହି ସାନିଟାଇଜର ମେସିନ ପ୍ରଦାନ କରିଥିଲେ। ଜିଲ୍ଲା ସଦରମହକୁମା ସ୍ଥିତ ଅନ୍ୟ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ସାନିଟାଇଜର ସ୍ଥାପନ କରାଯିବ ବୋଲି ସଭାନେତ୍ରୀ ରେଖା ମହାନ୍ତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ