ରୋଟାରୀ ଫୋକସ୍‌ରେ ଓଡ଼ିଶା : ଡିଜି ଦେବାଶିଷ ମିଶ୍ର

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଭୁବନେଶ୍ୱରସ୍ଥିତ ରେଲ୍‌ୱେ ଅଡ଼ିଟୋରିୟମରେ ଦ୍ୱିଦିବସୀୟ ରୋଟାରୀ ଜିଲ୍ଲା ସମ୍ମିଳନୀ ‘ଏକ୍ସଲ୍‌’ ଉଦ୍‌ଘାଟିତ ହୋଇଯାଇଛି । ସମ୍ମିଳନୀକୁ ଆରଆଇପିଆର ବଂଶୀ ଧୁରନ୍ଧର ଓ ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଭିଭାଷଣରେ ଶ୍ରୀ ମିଶ୍ର କହିଥିଲେ ଯେ, ଓଡ଼ିଶାର ସମଗ୍ର ଜିଲ୍ଲାରେ ରୋଟାରୀ ୯୨ଗୋଟି କ୍ଲବ ମାଧ୍ୟମରେ ଭିନ୍ନ ଭିନ୍ନ ସେବା ଯୋଗାଇ  ଦେଉଛି ଏବଂ ରୋଟାରୀ ସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି ଦୁଇଦିନିନିଆ ସମ୍ମିଳନୀ ଅଭିପ୍ରେତ । ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ମିଶ୍ର ସୂଚନା ଦେଇଥିଲେ  ଯେ, ତାଙ୍କ କାର୍ଯ୍ୟକାଳରେ ରାଜ୍ୟର ୧୦୦ ଗୋଟି ସରକାରୀ ସ୍କୁଲ୍‌ରେ ‘ଜଳଧାରା’ ଯୋଜନା ଅନ୍ତର୍ଗତ ଶୁଦ୍ଧ ପାନୀୟ ଜଳ ଯୋଗାଣ ଯନ୍ତ୍ର ଯୋଗାଇ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ସରକାରୀ ସ୍କୁଲ୍‌ରେ ୧୦ ହଜାର ବେଞ୍ଚ ଓ ଡ଼େକ୍ସ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ରାଜ୍ୟରେ ରୋଟାରୀ ଦ୍ୱାରା ପରିଚାଳିତ ୫ ଗୋଟି ଚକ୍ଷୁ ଚିକିତ୍ସାଳୟ ଜରିଆରେ ୧ଲକ୍ଷ ୨୦ ହଜାର ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର କରାଯାଇଛି । ଆଗାମୀ ଦୁଇମାସ ମଧ୍ୟରେ ୨୫ଗୋଟି ସରକାରୀ ଡ଼ାକ୍ତରଖାନାରେ ମେଗା ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବାର ପ୍ରୟାସ ଅନ୍ତିମ ପର୍ଯ୍ୟାୟରେ ପହଞ୍ôଚଛି । ସେ ଆହୁରି କହିଥିଲେ ଚଳିତବର୍ଷ ଆନ୍ତର୍ଜାତିକ ରୋଟାରୀ କାର୍ଯ୍ୟାଳୟ ଓଡ଼ିଶାକୁ ଅଧିକ ସେବା ଯୋଗାଇ ଦେବା ପାଇଁ ଫୋକସରେ ରଖିଛନ୍ତି ।ସମ୍ମିଳନୀରେ ଉପସ୍ଥିତ ଥିବା ଜିଲ୍ଲା ପବ୍ଲିକ ଇମେଜ ଅଧ୍ୟକ୍ଷ ବିଭୂତି ଭୂଷଣ କର କହିଥିଲେ ଯେ, ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ରଙ୍କ ସମୟରେ ରୋଟାରୀ ଓଡ଼ିଶାରେ  ବର୍ଗଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଓ ସଚେତନତା କ୍ଷେତ୍ରରେ ଅଧିକ ସମ୍ବେଦନଶୀଳତା ସହକାରେ ଲକ୍ଷ୍ୟଭେଦୀ ପ୍ରୟାସ ଜାରି ରଖିଛନ୍ତି ।ଏହି ଅବସରରେ ଓଡ଼ିଶାରେ ରୋଟାରୀ ସେବାକୁ ଅଧିକ ବ୍ୟପକ ଓ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର ଆନ୍ତର୍ଜାତିକ ରୋଟାରୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୫ଗୋଟି ନୂତନ କ୍ଲବର ନାମ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ