ରୋଟାରୀ ରୟାଲର ଅଧିଷ୍ଠାନ ଦିିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲର ଅଧିଷ୍ଠାନ ଦିବସ ହୋଟେଲ ଦ ନ୍ୟୁ ମାରିୟନଠାରେ ପାଳିତ ହୋଇଯାଇଛି । ଏଥିରେ ୨୦୨୨-୨୩ ରୋଟାରୀ ବର୍ଷ ପାଇଁ କ୍ଲବର ସଭାପତି ଭାବେ ରୋଟାରିୟାନ ସଞ୍ଜିତ କୁମାର ଜେନା ଓ ସମ୍ପାଦକ ଭାବେ ରୋଟାରିୟାନ ବିଭୂତି ଭୂଷଣ କର, ପୂର୍ବ ବର୍ଷର ସଭାପତି ରୋଟାରିୟାନ ଅଜୟ କୁମାର ପଟ୍ଟନାୟକ ଓ ସମ୍ପାଦକ ପ୍ରତାପ ଚୌଧୁରୀଙ୍କ ଠାରୁ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗଦେଇ କହିଲେ ଯେ, ରୋଟାରୀର ଉତ୍ସର୍ଗୀକୃତ ସେବା ସମାଜରେ ଅନେକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି । ଏହି ଅବସରରେ ରୋଟାରିୟାନଙ୍କ ସଂଘବଦ୍ଧ ଉଦ୍ୟମକୁ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଭୂୟସୀ ପ୍ରଶଂସା କରିଥିଲେ । ଉତ୍ସବରେ ସଭାପତି ଶ୍ରୀ ଜେନା ନିଜ ଅଭିଭାଷଣରେ କହିଲେ ଯେ, ତାଙ୍କ କାର୍ଯ୍ୟକାଳରେ ରୋଟାରୀ ସେବାକୁ ଅଧିକ ସଂକଳ୍ପବଦ୍ଧତାର ସହ ବଞ୍ଚିତ ବର୍ଗଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ପାଇଁ ଉଦ୍ୟମ କରିବେ । କ୍ଲବର ନବନିଯୁକ୍ତ ସମ୍ପାଦକ ଶ୍ରୀ କର କହିଲେ ଯେ, ସମର୍ପିତ ସେବା ମନୋଭାବ ସହ ରୋଟାରୀୟାନମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ସାମାଜିକ ସଚେତନତା କ୍ଷେତ୍ରରେ ପାରଦର୍ଶିତା ସହ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ କ୍ଲବ ପକ୍ଷରୁ ଏହାକୁ ଅଧିକ କ୍ରିୟାଶୀଳ କରାଯିବା ସହ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗୁରୁତ୍ୱ ଦିଆଯିବ । ଶ୍ରୀ କର ଚଳିତବର୍ଷ ନିଆଯିବାକୁ ଥିବା ବିଭିନ୍ନ ସେବା ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ପରିକଳ୍ପନା ବିବରଣୀ ପାଠ କରିଥିଲେ । ବୈଠକରେ ସହାୟକ ପ୍ରାନ୍ତପାଳ ଶ୍ରୀ ସତ୍ୟବ୍ରତ ମୀନକେତନ ଯୋଗଦେଇ ମାନବ ସେବା କ୍ଷେତ୍ରରେ ରୋଟାରୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ରୋଟାରିୟାନ ଶୁଭଶ୍ରୀ ଭଞ୍ଜ ମଞ୍ଚ ସଞ୍ଚାଳନ କରିଥିବା ବେଳେ ରୋଟ୍ରାକ୍ଟର କ୍ଲବର ସଭାପତି ଜୟଶ୍ରୀ ବିଶ୍ୱାଳ ଓ ନିର୍ଲିପ୍ତା ପଟ୍ଟନାୟକ ଉତ୍ସବ ସଂଯୋଜନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରାନ୍ତପାଳ ଶିବବ୍ରତ ଦାସ, ଅଶ୍ୱିନୀ କର, ରୋଟାରୀ ରିଲିଫ ଫଣ୍ଡ ଅଧ୍ୟକ୍ଷ ଅନିଲ କୁମାର ସାମଲ, ପ୍ରତିଷ୍ଠାତା ସଭାପତି ଦେବବ୍ରତ ପଟ୍ଟନାୟକ, କ୍ଲବ ପ୍ରଶିକ୍ଷକ ତୁଷାର ପଟ୍ଟନାୟକ, କୋଷାଧ୍ୟକ୍ଷ ଅର୍ଜୁନ ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ସାହୁ, ଆଶିଷ ପରିଡ଼ା, ପ୍ରାକ୍ତନ ସଭାପତି ପ୍ରଦୀପ କୁମାର ଦାସ, ସଞ୍ଜୟ ଚୌଧୁରୀ, ପ୍ରସନ୍ନ କୁମାର ଲେଙ୍କା, ଇନରହ୍ୱିଲ୍ ସଭାପତି ସୁବ୍ରତା ସାମଲ, ସମ୍ପାଦିକା କାଦମ୍ବିନୀ ରଥ, ରୋଟ୍ରାକ୍ଟର କ୍ଲବର ସଭାପତି ଜୟଶ୍ରୀ ବିଶ୍ୱାଳ, ବିଭିନ୍ନ କ୍ଲବର ସଭାପତି, ସମ୍ପାଦିକା ଓ କର୍ମକର୍ତ୍ତାମାନଙ୍କ ସହ ରୟାଲ କ୍ଲବର ସଦସ୍ୟମାନେ ସପରିବାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ