ରୋଟାରୀ ରୟାଲ କ୍ଲବ ତରଫରୁ ସାନିଟାଇଜେସନ ଷ୍ଟାଣ୍ଡ ମେସିନ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମାନବ ସେବା ହିଁ ମାଧବ ସେବା । ମାନବ ଓ ଜୀବ ଜଗତକୁ ରକ୍ଷା କରିବା ପାଇଁ ଯେଉଁ ମାନେ ଶତ ପ୍ରତିଶତ ଉତ୍ସର୍ଗୀକୃତ ସେମାନଙ୍କ ସେବା ଦୁଇଗୁଣ ମାଧବ ସେବା ।ସାରା ବିଶ୍ୱରେ ମାନବ ସେବା ପାଇଁ ରୋଟାରୀ କ୍ଲବର ଅବଦାନ ଅବର୍ଣ୍ଣନୀୟ ।ସାରା ବିଶ୍ୱ ବର୍ତ୍ତମାନ ମହାମାରୀ ‘ କରୋନା’ ସଂକ୍ରମଣରେ ପ୍ରଭାବିତ ।ଧନୀ ଗରିବ କାହାରିକୁ ଛାଡୁନାହିଁ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏପର୍ଯ୍ୟନ୍ତ କରୋନା କୁ ପ୍ରତିହତ କରିବା ପାଇଁ କୌଣସି ଔଷଧ,ଭେକ୍ସିନେସନର ସଫଳତା ପାଇଁ ପାରି ନାହିଁ ।କେବଳ ସମସ୍ତଙ୍କୁ ସତର୍କ ସୂଚନା ଦିଆଯାଇଛି ମାସ୍କ ପିନ୍ଧିବା, ସାମାଜିକ ଦୂରତା,ବାହାଘର, ମନ୍ଦିର,ସଭା, ସମିତି ଠାରୁ ଦୂରରେ ରୁହ,ସାନିଟାଗଜେସନ ହୁଅ,ହାତ ମୁଁହ ଧୁଅ,ଯୋଗ,ପ୍ରାଣାୟମ କର । ସେଥିପାଇଁ ସରକାରଙ୍କ ତରଫରୁ ସଚେତନତା ଓ ଅମାନିଆ ପାଇଁ ଲକ୍ ଡାଉନ୍ ଜାରି ରଖିଛନ୍ତି । ଭାରତ ବର୍ଷ ଏକ ଜନ ବିସ୍ଫୋରଣ ଦେଶ । ଏଠାରେ ଶତକଡା ୮୦ ଭାଗ ଲୋକ ଭୁଖମାରିରେ ଗତି କରୁଛନ୍ତି ।ପେଟ ବିକଳରେ,ଅସେଚନତା ପାଇଁ ସେମାନେ ଅମାନିଆ ଓ ସରକାରଙ୍କ ନିର୍ଦ୍ଦେଶ ପ୍ରତି ସଚେତନ ନୁହନ୍ତି । ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଇରଙ୍ଗପୁର ରୋଟାରୀ ରୟାଲ କ୍ଲବ ମାନବ ସେବା ଓ କରୋନା ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢ଼ାଇଛି । ଯେଉଁମାନେ ମଣିଷଙ୍କ ଜୀବନ ରକ୍ଷା ପାଇଁ ନିଜ ଜୀବନକୁ ତିଳ ତିଳ କରି ଉତ୍ସର୍ଗୀକୃତ କରିଛନ୍ତି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ରାଇରଙ୍ଗପୁର ରୋଟାରୀ କ୍ଲବ ଦୁଇପାଦ ଆଗେଇ ଆସିଛନ୍ତି । ସରକାରୀ କାର୍ଯ୍ୟାଳୟରେ କରୋନା ଯୋଦ୍ଧା ଏବଂ ସରକାରୀ ଅଫିସକୁ ନିଜ କାର୍ଯ୍ୟ ପାଇଁ ଆସୁଥିବା ଆମ୍ ଆଦମୀଙ୍କୁ କରୋନା ମାତ୍ ଦେବା ଓ ସାନିଟାଇଜେସନ କରାଇବା ପାଇଁ ୫ଟି ସାନିଟାଇଜେସନ ଷ୍ଟାଣ୍ଡ ମେସିନ ପ୍ରଦାନ କରାଯାଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଉପସ୍ଥିତରେ ଏକ ସାନିଟାଇଜେସନ ଷ୍ଟାଣ୍ଡ ପ୍ରଦାନ କରାଯାଇଥିଲା ।ପରେ ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ତହସିଲଦାର ଯୋଗ ରଂଜନ ନାୟକଙ୍କ ଉପସ୍ଥିତରେ, ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ, ରାଇରଙ୍ଗପୁର ଆଦର୍ଶ ଥାନାରେ ରାଇରଙ୍ଗପୁର ଆଇଆଇସିଙ୍କ ଅନୁପସ୍ଥିତିରେ ସବ୍ ଇନ୍ସପେକ୍ଟର ସଂଗୀତା ଦାସଙ୍କ ଉପସ୍ଥିତରେ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କ ଉପସ୍ଥିତିରେ ସାନିଟାଇଜେସନ ଷ୍ଟାଣ୍ଡ ମେସିନ ରୋଟାରୀ କ୍ଲବର କର୍ମକର୍ତ୍ତା ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ରାଇରଙ୍ଗପୁର ରୋଟାରୀ କ୍ଲବର ପୂର୍ବତନ ସଭାପତି ସମାଜସେବୀ ଅରବିନ୍ଦ ବାଗାଡିଆ ଗଣମାଧ୍ୟମକୁ ସୂଚାଇଥିଲେ ଯେ ଆଗକୁ ସରକାରୀ କାର୍ଯ୍ୟାଳୟରେ ଆହୁରି ସାନିଟାଇଜେସନ ଷ୍ଟାଣ୍ଡ ମେସିନ ଯୋଗାଇ ଦିଆଯିବ ।ଏହି ଜନ ସୁରକ୍ଷା କଲ୍ୟାଣ କାର୍ଯ୍ୟରେ ରାଇରଙ୍ଗପୁର ରୋଟାରୀ କ୍ଲବ ସଭାପତି ତାରା ଚାନ୍ଦ ଅଗ୍ରୱାଲା, ବିକାଶ ଅଗ୍ରୱାଲା, ଅତନୁ ମହାନ୍ତି, ସଂପାଦକ ବିଷ୍ଣୁ ପ୍ରସାଦ ଜେନା, ବିକାଶ ଚରଣ ପାହାଡି,ବିଜୁ ଜେନା ପ୍ରମୁଖ ସାମିଲ ହୋଇଥିଲେ । ରାଇରଙ୍ଗପୁର ରୋଟାରୀ ରୟାଲ କ୍ଲବର ଜନ କଲ୍ୟାଣ କାମକୁ ସରକାରୀ ଓ ଆମ୍ ଆଦମୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।