ରୋଟାରୀ ରୟାଲ ପକ୍ଷରୁ ନିରାଶ୍ରୟଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ରୟାଲ କ୍ଲବ ଅଫ ରୋଟାରୀ ଭୁବନେଶ୍ୱର ପକ୍ଷରୁ ଡ଼ୁମୁଡ଼ୁମାସ୍ଥିତ ମିଶନ ଆଶ୍ରାର ମାନସିକ ଅନଗ୍ରସର ମହିଳା ଅନ୍ତେବାସିନୀ ମାନଙ୍କ ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ରୟାଲ କ୍ଲବ ସଭାପତି ପ୍ରଦୀପ କୁମାର ଦାସ, ପିଡ଼ିଜି ଶୀବବ୍ରତ ଦାସ, ଜିଲ୍ଲା ମେଡ଼ିଆ ସେଲ୍ ଅଧ୍ୟକ୍ଷ ବିଭୂତି ଭୂଷଣ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଔଷଧ, ବିସ୍କୁଟ, ପୋଷାକ, ବିଞ୍ଚଣା, ସାନିଟାରୀ, ନାପକିନ୍, ବିଦ୍ୟୁତ୍ ଲାଇଟ୍, ରୋଷେଇ ସାମଗ୍ରୀ ଇତ୍ୟାଦି ବ୍ୟାପକ ମାତ୍ରାରେ ବଣ୍ଟନ କରାଯାଇଥିଲା । ଏହି ଅବସରରେ ରୋଟାରୀ କ୍ଲବ ଅଫ କବିତିର୍ଥ କୋଲକତା ପକ୍ଷରୁ ଦିଆଯାଇଥିବା ସାମଗ୍ରୀକୁ ପିଡ଼ିଜି ଶିବବ୍ରତ ଦାସ ମିଶନ ଆଶ୍ରାର ପରି·ଳିକାଙ୍କୁ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମକୁ ପିପି ସଞ୍ଜୟ ଚୌଧୁରୀ, ସମରେନ୍ଦ୍ର ପରିଜା, ଶ୍ରୀନିବାସ ସାହୁ, ଆଶିଷ ପରିଡ଼ା, ବିଶ୍ୱଜିତ୍ ମିଶ୍ର, ଶିଶିର ନାରାୟଣ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ବେହେରା,ସଞ୍ଜୟ ସାହୁ, ମନମୋହନ ପଣ୍ଡା, ଡଃ ଆଶୁତୋଷ ପଣ୍ଡା ପ୍ରମୁଖ ପରି·ଳନା କରିଥିଲେ ।