ରୋଡ୍ ଶୋ’ରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ
ଲକ୍ଷେ୍ନ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନରେ ଲକ୍ଷେ୍ନøରୁ ବିଜେପି ପ୍ରାର୍ଥୀ ହୋଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜନାଥ ସିଂହ ପ୍ରଥମେ ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ । ତାପରେ ଲକ୍ଷେ୍ନøରେ ଥିବା ବିଜେପି ମୁଖ୍ୟାଳୟଠାରୁ ପ୍ରାୟ ୧୨ କିଲୋମିଟର ଯାଏଁ ରୋଡ୍ ଶୋ’ କରି ଏକ ରାଲିରେ ବାହାରିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟରେ ପହଞ୍ôଚ ନିଜ ସମର୍ଥକଙ୍କ ଉପସ୍ଥିତିରେ ସେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ସମୟରେ ତାଙ୍କ ସହ ଜେଡିୟୁ ସାଧାରଣ ସଂପାଦକ କେ ସି ତ୍ୟାଗୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନ ପ୍ରଚାରକାର୍ଯ୍ୟରେ ବ୍ୟସ୍ତ ରହିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥଙ୍କୁ ରାଜନାଥଙ୍କ ରାଲିରେ ଦେଖିବାକୁ ମିଳିନଥିଲା । ତେବେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ନେତାମନ୍ତ୍ରୀ ରାଜନାଥଙ୍କ ରାଲି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୨ଠ୧୪ରେ ରାଜନାଥ ସିଂହ ଏହି ଆସନରୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ରାଜନାଥ ଲକ୍ଷେ୍ନø ଆସନରୁ କମ୍ରାଗତ ଦ୍ୱିତୀୟ ଥର ପାଇଁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ତାଙ୍କ ବିପକ୍ଷରେ ସମାଜବାଦୀ ପାର୍ଟି ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ଙ୍କୁ ପ୍ରାର୍ଥୀ କରିଛି ।
ସେହିପରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ ନିଜ ସଂସଦୀୟ କ୍ଷେତ୍ର ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ରାଜ୍ୟବର୍ଦ୍ଧନଙ୍କ ସହ ଯୋଗଗୁରୁ ବାବା ରାମଦେବ ଓ ପତ୍ନୀ ଗାୟତ୍ରୀ ଉପସ୍ଥିତ ରହିଥିଲେ । ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ କମ୍ରଗାତ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।


