ରୋଡ ରୋମିଓଙ୍କ ଉପରେ ଲାଗିବ ଲଗାମ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ); କମିସନରେଟ ଟ୍ରାଫିକ ବ୍ୟବସ୍ଥା ହେବ ଆହୁରି ସୁଦୃଢ । ରୋଡ ରୋମିଓଙ୍କ ଉପରେ ଲାଗିବ ଲଗାମ । ଖୁବଶୀଘ୍ର ଭୁବନେଶ୍ୱର ଟ୍ରାଫିକର ଡିସିପି ଭାବେ ଯୋଗଦେବାକୁ ଯାଉଛନ୍ତି ସାଗରିକ ନାଥ । ସୁଚନାଯୋଗ୍ୟ, ଏହି ଲେଡି ଆଇପିଏସ ଅଫିସର ଜୟପୁରରେ ଏସଡିପିଓ ଭାବେ କାମ କରୁଥିବାବେଳେ ଗଞ୍ଜେଇ ମାଫିଆ , ମଦ ମାଫିଆ ପରି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିଦ ହଜାଇ ଦେଇଥିଲେ । କୋରାପୁଟର ଚୋରା ବେପାରୀଙ୍କ ପାଇଁ ଆତଙ୍କ ସାଜିଥିଲେ ସାଗରିକା । ମାଓ ପ୍ରବଣ ଅଞ୍ଚଳରେ ଯେଉଁଠି ପ୍ରଶାସନ ପହଞ୍ଚିବାରେ ବିଫଳ ହେଉଥିଲା ସେଠାରେ ସାଗରିକା ପହଞ୍ଚିଯାଉଥିଲେ ସାଗରିକା । ଅପରାଧୀଙ୍କ ଭିତରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିଲେ ଏହି ୟଙ୍ଗ ଅଫିସର । ଏବେ ଦେଖିବାକୁ ବାକି ରହିଲା କେତେ ସୁଦୃଢ ହେଉଛି କମିସନରେଟ ଟ୍ରାଫିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ