ରୋଢୋ ଛକ ଠାରେ ରାମନବମୀ ପୂଜା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଛକ ଠାରେ ବ୍ୟବସାୟୀ ମାନଙ୍କ ପକ୍ଷରୁ ନବଦିନ ବ୍ୟାପି ରାମନବମୀ ପୂଜା ଅନୁଷ୍ଠିତ ହୋଇଛି। ଅଧିବାସ ଦିବସରେ ସ୍ଥାନୀୟ ହନୁମାନ ପୋଖରୀ ଠାରେ ଘଟ ଉତଳନ ହୋଇସାରିବା ପରେ ବୈଦିକ ବିଧି ଅନୁଯାୟୀ ଭଗବାନ ରାମଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।ପୂଜକ ଶଙ୍କର୍ଷଣ ତ୍ରିପାଠୀ ଓ ବିଜୟ ତ୍ରିପାଠୀଙ୍କ ଦ୍ଵାରା ଭଗବାନ ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି।ଏହା ସହିତ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ରାମଚରିତ ମାନସ ପାରାୟଣ ମଧ୍ୟ ଅନୁଷ୍ଠିତ ହେଉଛି। ସଂକଳ୍ପ କର୍ତ୍ତା ଭାବେ ମାୟାଧର ଲେଙ୍କା ଓ ତିଳୋତ୍ତମା ଲେଙ୍କା ଦାଇତ୍ୱ ନିର୍ବାହ କରିଛନ୍ତି। ସମସ୍ତ ବ୍ୟବସାୟୀ ମାନେ ପୂଜା ଉତ୍ସବ କୁ ପରିଚାଳନା କରୁଛନ୍ତି।ଅନୁରୂପ ଭାବେ ମହିମା ଵଜାର ପଟାପୋଲ,ଖପୁରିଆପଦା,କୁଲଣା ଵଜାର ଠାରେ ମଧ୍ୟ ନବଦିନ ବ୍ୟାପି ଶ୍ରୀ ରାମ ନବମୀ ପାଳିତ ହେଉଛି ।