ରୋପ୍ୟ ସଂଗଠନ ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ଫଳ ବଣ୍ଟନ
କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ୧୯୯୭ ରୋପ୍ୟ ସଂଗଠନ ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ମାନଙ୍କୁ ଆଜି ଫଳ ବଣ୍ଟନ କରାଯଇଛି l ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡକ୍ଟର ସୁବାଷ ଚନ୍ଦ୍ର ବେହେରା,ଙ୍କ ଉପସ୍ଥିତ ରେ ୨୫ ଜଣ ରୋଗୀ ଙ୍କୁ ଫଳ ବଣ୍ଟନ ଓ ଅନ୍ୟାନ୍ୟ ଜିନିଷ ବଣ୍ଟନ କରାଯାଇଥିଲା। ରୌପ୍ୟ ସଂଗଠନ ର ଉପଦେଷ୍ଟା ପ୍ରଣବ ଭୋକ୍ତା ଙ୍କ ତତ୍ୱାବଧାନ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ୧୯୯୭ ରୋପ୍ୟ ସଂଗଠନ ସଭାପତି କୃଷ୍ଣ କୁମାର ସାହା, ଉପସଭାପତି କୁନା ପ୍ରଧାନ, ସାଧାରଣ ସମ୍ପାଦକ ମଧୁ ସିନ୍ଦୁର, ସହ ସମ୍ପାଦକ ପ୍ରଶନ୍ନ ଭୋଇ, ପୁରନ୍ଦର ସାହା , ହେମେନ୍ଦ୍ର ମାଝୀ, ଚୈତନ୍ୟ ଆଡଜୁଏଡ଼, ଭଗବାନ ଗଉଡ଼, ମୋହନ ବାଗ, ମନୋଜ ବେହେରା,କିଶୋର ବାଗ, ପ୍ରମୁଖ ଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ l


