ରୋପ ଚାଇଲଡ ଲାଇନ କୁଚିଣ୍ଡା ର ବାର୍ଷିକ ସମ୍ମିଳନୀ
କୁଚିଣ୍ଡା ,(ଯୁଗାବ୍ଦ ନ୍ୟୁଜ୍): କୁଚିଣ୍ଡା ସ୍ଥିତ ଫରେଷ୍ଟ ପାର୍କ ଠାରେ କୁଚିଣ୍ଡା ରୋପ ଚାଇଲଡ ଲାଇନ ର ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି lରୋପ ଚାଇଲଡ ଲାଇନ କୁଚିଣ୍ଡା ଶାଖା ର ନିର୍ଦେଶକ ପ୍ରଦୀପ କୁମାର ମହାକୁଳ ଙ୍କ ସଭାପତିତ୍ୱ ସମ୍ବିଳନୀ ରେ କୁଚିଣ୍ଡା ଉପଜିଲ୍ଲା ପାଳ କାର୍ଯ୍ୟାଳୟ ର ବରିଷ୍ଠ କିରାଣି ତରୁଣ ପ୍ରସାଦ ବିଶ୍ୱାଳ, ଓକିଲ ହୃଦାନନ୍ଦ ଶର୍ମା, କୁଟୁରାଚୁଆଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବାସ ନାୟକ, ସାମ୍ବାଦିକ ତନୟ ମହାପାତ୍ର, ସାମ୍ବାଦିକ ନୃପଲାଲ ଦେବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ lଏଥରେ ଚାଇଲଡଲାଇନ ଟିମଲିଡର ତୃପ୍ତି ମୟୀ ଦାସ, ନାମ୍ନୀ ହେମ୍ରମ, ସ୍ୱେତାଙ୍ଗିଣି ବାରିକ, ସରୋଜ ପ୍ରମୁଖ ପରିଚାଳନା କରିଥିଲେ l