ରୋଭର ରେଂଜର ମିନି ଜାମ୍ବୋରୀରେ ଓଡ଼ିଶାର ମୁଖ୍ୟ ନ୍ୟାୟାଧୀଶ
ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ବରୁଣେଇ ସନ୍ନିକଟ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଆୟୋଜିତ ଜାତୀୟସ୍ତରୀୟ ରୋଭର ରେଞ୍ଜର ମିନି ଜାମ୍ବୋରୀର ଆଜିଥିଲା ଏକ ସ୍ୱତନ୍ତ୍ର ଦିବସ । ପ୍ରାତଃ ସମୟରେ ରୋଭର ଓ ରେଂଜରମାନେ ଏକତ୍ରିତ ହୋଇ ଯୋଗ ଏବଂ ପ୍ରାଣାୟମ ଅଭ୍ୟାସ କରିଥିଲେ ।ସବୁଦିନ ଭଳି ପତକା ଉତ୍ସବ ପରେ ଶିବିରର କାର୍ଯ୍ୟସୂଚି ଆନୁଯାୟୀ ଯୁବ ପିଢିମାନଙ୍କ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ (ଝଙ୍କଗ୍ଦଗ୍ଧବସଦ୍ଭବଭକ୍ଷର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଏକ୍ଟବକ୍ଷ ଇମଗ୍ଧସଙ୍ଖସଗ୍ଧସରଗ୍ଦ) ରେ ରୋଭର ରେଂଜର ମାନେ ନିଜକୁ ହଜାଇ ଦେଇଥିଲେ । ହାମ୍ ରେଡ଼ିଓର କାର୍ଯ୍ୟକାରୀତା ସମ୍ବନ୍ଧରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣ ଅଧିବେସନର ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ “ପିଜାଣ୍ଟ ସୋ” (ସାଂସ୍କୃତି ମୁକାଭିନୟ) ପ୍ରଦର୍ଶନ ପାଇଁ ସମସ୍ତେ ନିଜକୁ ପ୍ରସ୍ତୁତ କରିଥିଲେ । ଆଜି ମୁଖ୍ୟ ଅତିଥି ଭାବେ ଜାମ୍ବୋରୀରେ ଯୋଗଦାନ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ଶ୍ରୀଯୁକ୍ତ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ । ସ୍କାଉଟ୍ ଗାଇଡ଼୍ର ପାରମ୍ପରିକ କଲର ପାର୍ଟି ଦ୍ୱାରା ମୁଖ୍ୟ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ମଞ୍ଚ ସ୍ଥଳକୁ ପାଛୋଟି ନିଆଯାଇଥିଲା । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଶୀତାଂଶୁ କୁମାର ରାଉତ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ତଥା ଅନ୍ତର୍ଜାତୀୟ ସ୍କାଉଟ୍ କମିଶନର ଶ୍ରୀ ଜଗଦିଶ ଚନ୍ଦ୍ର ମହାନ୍ତି, ଅନ୍ତର୍ଜାତୀୟ ଗାଇଡ଼୍ କମିଶନର ଶ୍ରୀମତୀ ଆମେଲିଆ ସ୍ୱେୟର । ମାନ୍ୟବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜାଭେରୀ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଇ ଜାମ୍ବୋରୀର ଉଦ୍ଦେଶ୍ୟ ଏବଂ ବିଗତ ଦିନମାନଙ୍କରେ ରାଜ୍ୟ ସଂଗଠନ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଗାନ୍ଧି ୧୫୦ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ । ତା ପରେ ଅତିଥିମାନଙ୍କ ସମ୍ମୁଖରେ ରୋଭର ଓ ରେଂଜରମାନଙ୍କ ଦ୍ୱାରା ପ୍ରାୟୋଜିତ ପିଜାଣ୍ଟ ସୋ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଉକ୍ତ କାର୍ଯ୍ୟରେ ପ୍ରତ୍ୟେକ ରାଜ୍ୟର ସାଂସ୍କୃତିକ ତଥା ଐତିହ୍ୟ ପରମ୍ପରାର ଏକ ନିଚ୍ଛକ ଝଲକ ଦେଖିବାକୁ ମିଳିଥିଲା, ଯାହାକି ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଅନ୍ତର୍ଜାତୀୟ କମିଶନର ଶ୍ରୀ ମହାନ୍ତି ଏବଂ ଶ୍ରୀମତୀ ଆମେଲା ରୋଭର ରେଂଜରମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଜାମ୍ବୋରୀକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ଆଗାମୀ ଦିନର ରୋଭର ରେଂଜରମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ସ୍ୱଚ୍ଛ ଓ ସୁନ୍ଦର ଭାରତ ଗଢ଼ିବାରେ ପ୍ରେରଣା ଯୋଗାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜାଭେରୀ ତାଙ୍କ ଅଭିଭାଷଣରେ ସ୍କାଉଟ୍ ଗାଇଡ଼ ସଂଗଠନ ସର୍ବଦା ଦେଶରେ ବିକାଶ ଓ ଗଠନମୂଳକ କାର୍ଯ୍ୟ ସଂପାଦନ କରିବା ସହିତ ସମାଜରେ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ଆସୁଛି । ଏହି ଜାମ୍ବୋରୀ ଯୁବପିଢ଼ୀମାନଙ୍କ ଭବିଷ୍ୟତ ଗଠନ ପାଇଁ ଏକ ସୁଦୃଢ଼ ଭିତ୍ତିିିଭୂମି ଯୋଗାଇବ ବୋଲି ମତ୍ୟବ୍ୟକ୍ତ କରିବା ସହିତ ଏଭଳି ଏକ ପ୍ରେରଣାଦାୟକ ଆୟୋଜନ ପାଇଁ ରାଜ୍ୟ ସଂଗଠନକୁ ସାଧୁବାଦ ଜଣାଇଥିଲେ । ଜାମ୍ବୋରୀ ସ୍ଥଳରେ ବିଭିନ୍ନ ସାହସିକତା ପ୍ରଦର୍ଶନ ପ୍ରୋଜେକ୍ଟ ଦେଖି ଶ୍ରୀଯୁକ୍ତ ଜାଭେରୀ ସନ୍ତୋଷ ପ୍ରକଟ କରିବା ସହିତ ଜାମ୍ବୋରୀର ସଫଳତା କାମନା କରିଥିଲେ । ଜାମ୍ବୋରୀର ପରିଚାଳିକା ତଥା ଜାତୀୟ କାର୍ଯ୍ୟାଳୟର ଉପନିର୍ଦ୍ଦେଶିକା ଶ୍ରୀମତୀ ସୁରେଖା ଶ୍ରୀବାସ୍ତଭ ଶିବିରର ବିବରଣୀ ପାଠ କରିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରୀ ଅମର ବି. ଛେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ ।