ରୋମରେ ଜନ୍ମଦିନ ପାଳିବେ ନୀଳ ନୟନା

ବଲିଉଡ୍ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥର ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ନଭେମ୍ବର ୧ରେ ତାଙ୍କ ଜନ୍ମଦିନ ପଡୁଥିବା ବେଳେ ସୋମବାର ସେ ଏଥିଲାଗି ବିଦେଶ ଗସ୍ତରେ ବାହାରିଥିବା ଜଣାପଡିଛି । ରବିବାର ଘରେ ଦୀପାବଳି ଖୁବ୍ ଧୁମଧାମରେ ପାଳନ କରିବା ପରେ ସୋମବାର ସେ ସ୍ୱାମୀ ଅଭିଶେକ ଓ ଝିଅ ଆରାଧ୍ୟାଙ୍କ ସହ ଯାଇ ରୋମରେ ଜନ୍ମଦିନ ପାଳନ କରିବେ । ସେଠାରେ ସେ ଏକ ଘଣ୍ଟା କମ୍ପାନୀର ଇଭେଣ୍ଟରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗତ ପ୍ରାୟ ୨୦ ବର୍ଷ ହେବ ଐଶ୍ୱର୍ଯ୍ୟା ଉକ୍ତ କମ୍ପାନୀ ସହ ଯୋଡି ହୋଇଥିବାରୁ ଉକ୍ତ କମ୍ପାନୀ ତାଙ୍କୁ ଏହି ବାର୍ଥଡେ ପାର୍ଟି ଗିପ୍ଟ ଦେଇଥିବା କୁହାଯାଉଛି । ତେବେ ଅକ୍ଟୋବର ୩୧ ରାତିରେ ଅଭିଶେକ ସ୍ୱତନ୍ତ୍ର ଭାବେ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ପାଇଁ ବାର୍ଥ ଡେ ପାର୍ଟି ପାଳନ କରିବେ ବାଲି କହିଛନ୍ତି । ଏଥିପାଇଁ ସେ ସ୍ଥାନ ମଧ୍ୟ ନିରୁପଣ କରିସାରିଛନ୍ତି । ଗତବର୍ଷ ମଧ୍ୟ ଅଭିଶେକ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ ମୁମ୍ବାଇରେ ଏକ ସରପ୍ରାଇଜ୍ ପାର୍ଟି ରଖିଥିଲେ ଓ ଏହାପରେ ପରିବାର ସହ ସେମାନେ ଛୁଟି କାଟିବାକୁ ଗୋଆ ଚାଲିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ