ରୋମାଣ୍ଟିକ୍‌ କଥା ଶୁଣିବାକୁ ଚାହାନ୍ତି ଝିଅ

କପଲ୍ସମାନେ ସାଧାରଣତଃ ଅଭିଯୋଗ କରିଥାନ୍ତି ଯେ ଘରକୁ ଯିବା ମାତ୍ରେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଉଛି। ଏହି ଝଗଡ଼ା ଧିରେ ଧିରେ ମନୋମାଳିନ୍ୟରେ ବଦଳିଯାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି ଏହି ଝଗଡ଼ାର କାରଣ କ’ଣ। ବେଡ୍‌ରୁମ୍‌ରେ ହୁଏତ ଆପଣ ତାଙ୍କୁ ନିଜ ହୃଦୟର କଥା କହିପାରୁ ନ ଥିବେ, ଯାହା ମନୋମାଳିନ୍ୟର କାରଣ ହୋଇପାରେ। ଏପରିସ୍ଥଳେ ଆପଣଙ୍କ ପତ୍ନୀ କ’ଣ ଚାହୁଛନ୍ତି, ତାହା ବୁଝିବାକୁ ଚେଷ୍ଟା କରନ୍ତୁ। ଚାଲନ୍ତୁ ଜାଣିବା ଏପରି କେତେକ କଥା, ଯାହା ପତ୍ନୀ ନିଜ ପାର୍ଟନରଙ୍କଠାରୁ ଶୁଣିବାକୁ ଚାହାନ୍ତି।
ଆଇ ଲଭ୍‌ ୟୁ : ପ୍ରତ୍ୟେକ ଝିଅ ଚାହିଥାନ୍ତି, ଯେତେବେଳେ ତାଙ୍କ ପାର୍ଟନର ଅଫିସ୍‌ରୁ ଘରକୁ ଫେରୁଛନ୍ତି, ତାଙ୍କ ସହିତ ବସି ପ୍ରେମର ସହ କଥା ହୁଅନ୍ତୁ। ପ୍ରତ୍ୟେକ ଦିନ ସାଥୀ ତାଙ୍କୁ ‘ଆୟୁ ଲଭ୍‌ ୟୁ’ କୁହନ୍ତୁ ବୋଲି ସମସ୍ତେ ଚାହାନ୍ତି। ତାଙ୍କ ପାଇଁ ଏହି ୩ଟି ଶବ୍ଦ କୌଣସି ଉପହାରଠାରୁ ମଧ୍ୟ କମ୍‌ ନୁହେଁ।
ତୁମେ ବହୁତ ସୁନ୍ଦର : ନିଜର ପ୍ରଶଂସା ଶୁଣିବାକୁ କାହାକୁ ଭଲ ଲାଗେ ନାହିଁ। ବିଶେଷକରି ସାରା ଦିନ କାମ କରିବା ପରେ ନିଜ ସାଥୀଙ୍କ ସହ ସମୟ ବିତାଇବା ସମୟରେ ଏହି ପ୍ରଶଂସା ଶୁଣିବାକୁ ବେଶି ଭଲ ଲାଗିଥାଏ। ପ୍ରତ୍ୟେକ ଝିଅ ଚାହାନ୍ତି ନିଜ ପାର୍ଟନର ତାଙ୍କୁ ବହୁତ ସୁନ୍ଦର ବୋଲି କହନ୍ତୁ।
ତୁମ ଭଳି ମତେ ଆଉ କେହି ଭଲ ପାଇବେ ନାହିଁ : କୌଣସି ଝିଅ ଚାହାନ୍ତି ନାହିଁ ତାଙ୍କ ସାଥୀ ବାଧ୍ୟରେ ତାଙ୍କ ସହିତ ରୁହନ୍ତୁ ବୋଲି। ଯଦି ଆପଣ ନିଜ ପାର୍ଟନରଙ୍କ ସହ ଠିକ୍‌ ଭାବେ କଥା ହେଉନାହାନ୍ତି, ତେବେ ଆପଣ ତାଙ୍କ ସହ ବାଧ୍ୟରେ ରହୁଛନ୍ତି ବୋଲି ପତ୍ନୀ ଭାବିବେ। ତେଣୁ ନିଜ ସାଥୀଙ୍କୁ କୁହନ୍ତୁ, ତୁମ ଭଳି ପ୍ରେମ ଆଉ କେହି କରିପାରିବେ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ସାଥୀ ବହୁତ ଖୁସି ହୋଇଯିବେ।
ତୁମେ ମୋ ପାଇଁ ସର୍ବୋତ୍ତମ : ଯଦି ଆପଣଙ୍କ ସାଥୀ ବାରମ୍ବାର କହୁଛନ୍ତି ତୁମେ ବଦଳି ଗଲଣି। ତେବେ ତାଙ୍କୁ କୁହନ୍ତୁ ତୁମେ ହିଁ ମୋ ପାଇଁ ସର୍ବୋତ୍ତମ। ପ୍ରତ୍ୟେକ ଝିଅ ବେଡ୍‌ରୁମ୍‌ରେ କେବଳ ଏତିକି ଶୁଣିବାକୁ ଚାହାନ୍ତି। ଏତିକି ଶୁଣି ସେ ସବୁ ରାଗ ଭୁଲିଯିବେ।
ୱିକ୍‌ଏଣ୍ଡରେ ସମୟ ବିତାଇବାକୁ ଚାହାନ୍ତି : ସାଧାରଣତଃ ଝିଅମାନେ ଅଭିଯୋଗ କରନ୍ତି ଯେ ତାଙ୍କ ପାର୍ଟନର ତାଙ୍କୁ ସମୟ ଦେଉନାହାନ୍ତି। ଏପରି ହେଉଥିଲେ ଏହି ଟପିକ୍‌କୁ ଆଉ ଆଗକୁ ନ ବଢ଼ାଇ ସାଥୀଙ୍କୁ କୁହନ୍ତୁ ୱିକ୍‌ଏଣ୍ଡରେ ଆପଣ ତାଙ୍କ ସହ ସମୟ ବିତାଇବେ ଓ ବାହାରକୁ ବୁଲିବାକୁ ଯିବେ। ଏପରି କଲେ ଆପଣଙ୍କ ସାଥୀ ବହୁତ ଖୁସି ହୋଇଯିବେ।
ତୁମେ ଆଗଠାରୁ ଆହୁରି ସୁନ୍ଦର ଦେଖାଗଲଣି : ଝିଅମାନେ ଭାବନ୍ତି, ସମୟ ବିତିବା ସହିତ ଆପଣଙ୍କର ଆଗ୍ରହ ତାଙ୍କଠାରୁ କମିଗଲାଣି। ଯାହା ଆପଣଙ୍କ ଭିତରେ ଝଗଡ଼ାର ସବୁଠାରୁ ବଡ଼ କାରଣ ହୋଇପାରେ। ତେଣୁ ସାଥୀଙ୍କୁ କହନ୍ତୁ, ତୁମେ ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ହେବାରେ ଲାଗିଛ। ଏହା ଶୁଣି ହୁଏତ ଆପଣଙ୍କ ସାଥୀ ବହୁତ ଖୁସି ହୋଇଯିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ