ରୋମାଣ୍ଟିକ ଆଲ୍ବମ୍ ଅନାମିକ ଗୋରୀର ଅଡିଓ ରିଲିଜ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ‘ଲଗ୍ନା ମୁଭିଜ୍’ର ପ୍ରଥମ ପ୍ରସ୍ତୁତ ଓଡ଼ିଆ ଆଲ୍ବମ୍ ‘ଅନାମିକା ଗୋରୀ’ର ଅଡ଼ିଓ ରିଲିଜ୍ ଉକ୍ରଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୀତରେ କଣ୍ଠଦାନ କରିଛନ୍ତି ଓଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ ଓ ଶୁଭଶ୍ରୀ ତ୍ରିପାଠୀ । ଏହାକୁ ଗୀତ ଓ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ୍ ତିି୍ରପାଠୀ ଓ ଗୀତକୁ ପ୍ରଯୋଜନା କରିଛନ୍ତି ଯୁବ ସମାଜସେବୀ ଲଗ୍ନାଦୀପା ମିଶ୍ର । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ, ନିର୍ଦ୍ଦେଶକ ବାପୁ ଓଝା, ସମାଜସେବୀ ମୀରା ପରିଡ଼ା, ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବଲିଉଡ୍ ଅଭିନେତା ସାଇରାମ ଗାନ୍ଧୀ, ସମାଜସେବୀ ମନସ୍ୱିନୀ ଜେନା, ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ, ସମାଜସେବୀ ସଂଗ୍ରାମ କେଶରୀ ପାଇକରାୟ, ଓଡ଼ିଆ ଧାରାବାହିକ ଅଭିନେତା ବୁଲୁ ପଣ୍ଡା, ଜ୍ଞାନେନ୍ଦ୍ର ପଲାଇ, ମୁନୁ ପାଗଳ, ଧୀରେନ୍ ରାଉତରାୟ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ତ୍ରିପାଠୀ ଓ ପ୍ରଯୋଜିକା ଲଗ୍ନ୍ାଦୀପା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ପରି•ଳନା କରିଥିଲେ ନାରାୟଣ ଓଝା ଓ ରାଜକୁମାର ।