ରୋଷେଇ ବେଳେ ଅଗ୍ନିକାଣ୍ଡ ବୃଦ୍ଧା ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କୃଷ୍ଣଚନ୍ଦ୍ର ପୁର ଗ୍ରାମର ଜଣେ ବୃଦ୍ଧା ଶୁକ୍ରବାର ସକାଳେ ଚୁଲି ନିଆଁ ରେ ପୋଡ଼ି ଯାଇ ଗୁରୁତର ଆହାତ ହୋଇଛନ୍ତି। ଆହାତ ବୃଦ୍ଧା ଜଣକ ହେଲେ ଅନ୍ନପୂର୍ଣ୍ଣା ପ୍ରଧାନ।ସକାଳେ ସେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ତାଙ୍କ ପିନ୍ଧା ଲୁଗା ରେ ନିଆଁ ଲାଗି ଯାଇଥିଲା। ତାଙ୍କ ପାଟି ଶୁଣି ପୁଅ ସୁନିଲ କୁମାର ପ୍ରଧାନ ତାଙ୍କୁ ଉଦ୍ଧାର କରି ନିଆଁ ଲିଭାଇଥିଲେ।ପରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀର ର ପ୍ରାୟ ୩୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ