ରୋହିଙ୍ଗ୍ୟା ବେଆଇନ ବିଦେଶୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀମାନଙ୍କୁ ଇଡବ୍ଲ୍ୟୁଏସ୍ ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) କୌଣସି ନିର୍ଦ୍ଦେଶ ଦେଇନାହିଁ । ରୋହିଙ୍ଗ୍ୟାମାନଙ୍କୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି । ତେବେ ରୋହିଙ୍ଗ୍ୟା ବେଆଇନ ବିଦେଶୀମାନେ କାଞ୍ଚନ କୁଞ୍ଜ, ମଦନପୁର ଖଡର ଅଞ୍ଚଳରେ ବର୍ତ୍ତମାନ ଯେଭଳି ରହିବେ ତାହା ନିଶ୍ଚିତ କରିବାକୁ ଏମ୍ଏଚଏ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି, କାରଣ ଏମ୍ଏଚ୍ଏ ବିଦେଶ ମନ୍ତ୍ରାଳୟ ଜରିଆରେ ବେଆଇନ ବିଦେଶୀମାନଙ୍କୁ ଦେଶାନ୍ତରୀକରଣ ଲାଗି ସମ୍ପୃକ୍ତ ଦେଶ ସହିତ ଯୋଗାଯୋଗରେ ଅଛି । ବେଆଇନ ବିଦେଶୀମାନଙ୍କୁ ଆଇନ ଅନୁଯାୟୀ ଦେଶାନ୍ତରୀକରଣ କରାଯିବା ପର୍ଯ୍ୟନ୍ତ ଅଟକ କେନ୍ଦ୍ରରେ ରଖାଯିବ । ଦିଲ୍ଲୀ ସରକାର ବର୍ତ୍ତମାନର ରହଣି ସ୍ଥାନକୁ ଅଟକ କେନ୍ଦ୍ର ଭାବରେ ଘୋଷଣା କରି ନାହାଁନ୍ତି । ତୁରନ୍ତ ଏଭଳି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ