ରୋଡ଼ରୋଲର ପଛକୁ ଧକ୍କା ଦେଲା ବାଇକ- ୨ ଗୁରୁତର

ହିଂଜିଳିକାଟୁ (ଶେଷଦେବ ସାହୁ): ହିଂଜିଳି ଥାନା କଂଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରୋଡ଼ରୋଲର ପଛପଟକୁ ଏକ ବାଇକ(ଓଆର୦୭ ଜେଡ଼ ୧୨୭୫) ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ସମେତ ସାଥୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ହିଂଜିଳି ଥାନା ନିମିଗାଁର ଇପିଲି ଶଙ୍କର (୩୩) ଓ ସାଗର ମହାନ୍ତି (୨୩) । ଗୁରୁବାର ରାତି ପ୍ରାୟ ସାଢେ ୮ ଟାରେ କଂଚୁରୁ ଛକରୁ କାମ ସାରି ବାଇକ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ କଂଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ ସମ୍ମୁଖରେ ରହିଥିବା ଏକ ରୋଡ଼ରୋଲର ପଛପଟକୁ ଧକ୍କା ଦେଇ ରାସ୍ତା ପ୍ୱାଶ୍ୱର୍କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଗୁରୁତର ଦୁହିଁଙ୍କ ଅବସ୍ତା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ