ରୌପ୍ୟଜୟନ୍ତୀ ବର୍ଷ ପାଳନ ଅବସରରେ ଆନ୍ତଃ ବିଦ୍ୟାଳୟ କୁଇଜ୍

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଡି.ଏ.ଭିକଳିଙ୍ଗ ନଗରରେରୌପ୍ୟଜୟନ୍ତୀବର୍ଷ ପାଳନ ଅବସରରେ ଆନ୍ତଃ ବିଦ୍ୟାଳୟକୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ଡି.ଏ.ଭି ଓଡ଼ିଶା ଜୋନ୍୧ ଅନ୍ତର୍ଗତ ୨୯ଟି ବିଦ୍ୟାଳୟର ୫୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ପ୍ରାରମ୍ଭିକ ପର୍ଯ୍ୟାୟରୁ ୬ଟି ଦଳ ଶେଷ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଡି.ଏ.ଭି କଳିଙ୍ଗ ନଗର ପ୍ରଥମ,ଡି.ଏ.ଭିପୋଖରିପୁଟଦ୍ୱିତୀୟ ଓଡି.ଏ.ଭି ଚନ୍ଦ୍ରଶେଖରପୁର ତୃତୀୟସ୍ଥାନ ଅଧିକାର କରିଥିଲେ । ଏହିକାର୍ଯ୍ୟକ୍ରମକୁ ବିଭାସ ରଥ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଜାତୀୟ ଯୁବ ଦିବସ ତଥା ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାରସାହୁ ବିବେକାନନ୍ଦଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବପିଢିକୁ ଆହ୍ୱାନ କରିବାସହ କୃତୀଦ୍ୟାଳୟମାନଙ୍କ ନାମଘୋଷଣା କରିଥିଲେ । ଏହି ଅବସରରେ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ସାମୁହିକସଂଙ୍ଗୀତ, ସ୍ୱରଚିତକବିତା ପାଠ, ଉଭୟସଂସ୍କୃତ ଓ ଇଂରାଜୀଭାଷାରେ ବିଶ୍ୱଗୁରୁ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣ, ଏକ ଭାରତ ଶ୍ରେଷ୍ଠଭାରତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୁପେ ସମ୍ପାଦିତ ହୋଇଥିଲା । କୋଭିଡ୍‌ କଟକଣାକୁ ଦୃଷ୍ଟିରେରଖି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ