ରୟାଲଷ୍ଟାଗ ବ୍ୟାରେଲ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମସ ର ନୂଆଚଳଚିତ୍ର ‘ଅଧିନ’
ଏକ ଅସହାୟ ପିତା ଓ ବେକାର ପରିବାର କାହଣୀକୁ ନେଇ ରୟାଲ୍ ଷ୍ଟାଗ୍ ବ୍ୟାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମସ ପ୍ରସ୍ତୁତ କରିଛନ୍ତି କ୍ଷୁଦ୍ର ଚଳଚିତ୍ର ‘ଅଧିନ’ । ୟଶ ବର୍ମା ନିର୍ଦ୍ଦେଶିତ ଏହି କ୍ଷୁଦ୍ର ଚଳଚିତ୍ରରେ ମୁଖ୍ୟ ଭୁମିକାରେ ଅଛନ୍ତି ସଂଜୟ ମିଶ୍ର, ଅନୁପ୍ରିୟା ଗୋଏଙ୍କା ଏବଂ ଥିଏଟର ଆର୍ଟିଷ୍ଟ ନିରଜ ପୁରୋହିତ । ୩୦ ମିନିଟ ଅବଧିର କ୍ଷୁଦ୍ର ଚଳଚିତ୍ର ‘ଅଧିନ’ ଗୋଟିଏ ପିତା ବିଷୟରେ ଯିଏ ସନ୍ତାନ ସନ୍ତତି ମାନଙ୍କୁ ପାରିବାରିକ ପୁର୍ନମିଳନ ବାହାନାରେ ତାଙ୍କର ଶଯ୍ୟାଶାୟୀ ମାତାଙ୍କୁ ଦେଖିବା ପାଇଁ ଡାକୁଛନ୍ତି । ପୁଅ
ମାନଙ୍କର ପୀଡା ସହି ନ ପାରିବା ବେଳେ ଝିଅ ତାର ଯୁବାବସ୍ଥାରେ ଘରୁ ବାହାର କରିଦେବାର କ୍ରୋଧ ବଜାୟ ରଖିଛି । କାହାଣୀରେ ପିତା ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଏକ ଦୃଢ ନିଷ୍ପତି ନେଇ ପିଲାମାନଙ୍କୁ ତାଙ୍କ ନିର୍ଣ୍ଣୟ ଉପରେ ଛାଡି ଦେଇଛନ୍ତି । ଫିଲ୍ମ ସମ୍ବନ୍ଧରେ ନିର୍ଦ୍ଦେଶକ ୟଶ ବର୍ମା କହିଛନ୍ତି, ଞ୍ଛଏହି ଫିଲ୍ମ ର ନିର୍ଦ୍ଦେଶନା ଏକ ଅନନ୍ୟ ଅନୁଭବ କାରଣ ଏଥିରେ ପ୍ରଚଳିତ ସମାଜରେ ବୃଦ୍ଧବୃଦ୍ଧା ମାନଙ୍କ ସ୍ଥିତି ପ୍ରତିଫଳିତ ହୋଇଛି । ଏହା ପରିବାର ଶବ୍ଦର ଅର୍ଥକୁ ପରିଭାଷିତ କରିଛି ।‛ ଏହି କ୍ଷୁଦ୍ର ଚଳଚିତ୍ର ସମ୍ବନ୍ଧରେ ମନ୍ତବ୍ୟ ଦେଇ ସଂଜୟ ମିଶ୍ର କହିଛନ୍ତି, ଞ୍ଛଏକ କଳାକାର ଭାବରେ ଆମ ଚର୍ତୁପାଶ୍ୱରେ ଥିବା ଲୋକଙ୍କ ଦ୍ୱାରା ମୁଁ ପ୍ରଭାବିତ ହୋଇଥାଏ ।‛


